ଯାତ୍ରୀଙ୍କୁ ମିଳିବ ସୁରକ୍ଷା କବଚ: ଗାଡ଼ିରେ ଲାଗିବ ପ୍ୟାନିକ୍‌ ବଟନ ଓ ଟ୍ରାକିଂ ଡିଭାଇସ୍‌, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ୱର(କେନ୍ୟୁଜ୍): ଯାତ୍ରୀଙ୍କୁ ମିଳିବ ସୁରକ୍ଷା କବଚ। ଗାଡ଼ିରେ ଲାଗିବ ପ୍ୟାନିକ୍‌ ବଟନ ଓ ଟ୍ରାକିଂ ଡିଭାଇସ୍‌। ଗାଡ଼ିର ବେଗ ଠାରୁ ଆରମ୍ଭ କରି ପରମିଟ୍‌ ପର୍ଯ୍ୟନ୍ତ ସବୁକିଛି ଜାଣିହେବ। ଭୁବନେଶ୍ୱରରେ ରହିବ ଏହାର କମାଣ୍ଡ କଣ୍ଟ୍ରୋଲ ରୁମ୍‌। ତିନି ଚକିଆ ଯାନକୁ ଛାଡି ଅନ୍ୟ ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ଗାଡିରେ ରହିବ ଏହି ବ୍ୟବସ୍ଥା।

ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗାଡିରେ ବେଗ କେତେ ରହିଛି। ଗାଡି କେଉଁ ସ୍ଥାନରେ ଛିଡା ହୋଇଛି, ଗାଡ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚିଲା କି ନାହିଁ ଏବଂ ପରମିଟ୍‌ ଅନୁଯାୟୀ ଗାଡ଼ି ଠିକ୍‌ ରୁଟ୍‌ରେ ଚାଲୁଛି କି ନାହିଁ। ଏଭଳି ଅନେକ ବିଷୟରେ ପ୍ୟାନିକ୍‌ ବଟନ ଓ ଟ୍ରାକିଂ ଡିଭାଇସ୍‌ ସହାୟତାରେ ଜଣାପଡିବ। କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟ ପ୍ରାଧିକରଣ ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏହି ବ୍ୟବସ୍ଥା ଯାତ୍ରୀଙ୍କ ପାଇଁ ସୁରକ୍ଷା କବଚ ପାଲଟିବ ବୋଲି ଆଶା କରାଯାଉଛି।

ତେବେ ୨୦୨୨ ଡିସେମ୍ବର ୩୧ ପୂର୍ବରୁ କିଣା ଯାଇଥିବା ଗାଡିଗୁଡିକ ପାଇଁ ଡେଡ୍‌ଲାଇନ୍‌ ଧାର୍ଯ୍ୟ କରାଯାଇଛି। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଏହି ଡିଭାଇସ୍‌ ଲଗାଇବାକୁ ଚାଲକ ବାଧ୍ୟ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.