ଦାରିଙ୍ଗବାଡ଼ି: ଗାଁ ରେ ବୁଲୁଛି  ପାଗଳ କୁକୁର, କାମୁଡି କାମୁଡି ତିନିଜଣକୁ କଲା ଗୁରୁତର

ଦାରିଙ୍ଗବାଡ଼ି (କେନ୍ୟୁଜ୍): ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡ଼ା ପଞ୍ଚାୟତରେ ପାଗଳ କୁକୁର ଆତଙ୍କ । ଲକଡାଉନ ପାଇଁ ଗାଁରେ  ଘରୁ କେହି ବାହାରୁ ନାହାନ୍ତି। କିନ୍ତୁ ଆବଶ୍ୟକ ପଡିଲେ କେହି ବାହାରକୁ ବାହାରିବା ବେଳେ ହଠାତ କେଉଁଠି ରହୁଛି ପାଗଳ କୁକୁରଟି ପଥଚାରୀଙ୍କୁ କାମୁଡି ଦେଉଛି। ଠିକ୍ ଏଭଳି ପାଗଳ କୁକୁରର ଶିକାର ହୋଇଛନ୍ତି ସାବିତ୍ରୀ ଗୌଡ଼ (୫୮) ନାମକ ଜଣେ ମହିଳା।  ଗାଈ ବଳଦଙ୍କୁ ତୋରାଣି ଦେଇ ଗୋବର ପକାଇବାକୁ ବାହାରକୁ ଯାଉଥିବା ସମୟରେ ସାବିତ୍ରୀ ବାରୀକୁ ଖତ ଗଦାରେ ଗୋବର ପକାଇବାକୁ ଯାଉଥିଲେ। ହଠାତ ଏତିକି ବେଳେ ଏହି ପାଗଳ କୁକୁର ସାବିତ୍ରୀଙ୍କ ବାମ ଗୋଡ଼ ଜଙ୍ଘକୁ କାମୁଡି ରକ୍ତାତ କରିଦେଇଥିଲା । ଏହି ସମୟରେ ସାବିତ୍ରୀ ଚିତ୍କାର କରିବାରୁ ପାଟିଶୁଣି ସ୍ୱାମୀ ତାସୀନା ଗୌଡ଼ ଦୌଡ଼ି ଆସିଥିଲେ।  ଘଟଣା ସ୍ଥଳରୁ ପାଗଳା କୁକୁର ଚାଲିଯାଇଥିବା ବେଳେ ସାବିତ୍ରୀଙ୍କୁ ମେଡିକାଲ ନେବା ବେଳେ  ସ୍ୱାମୀ ତସୀନାଙ୍କୁ ଅଧାବାଟରେ ପୁଣି ସେହି ପାଗଳା କୁକୁର ଆସି ଉଭୟ ସ୍ୱାମୀ ଓ ସ୍ତ୍ରୀକୁ ଆକ୍ରମଣ କରିଥିଲା । ପାଗଳା କୁକୁରର ଆକ୍ରମଣରେ  ଉଭୟ ଚିତ୍କାର କରିବାରୁ ପାଟିଶୁଣି  ଗ୍ରାମବାସୀ ପାଗଳା କୁକୁର ମୁହଁରୁ ଉଭୟ ଦମ୍ପତିଙ୍କୁ  ଉଦ୍ଧାର କରିଥିଲେ ।

ଏହା ପରେ ସେମାନଙ୍କୁ ତୁରନ୍ତ ବୁଡ଼ାଗୁଡା ନୂତନ ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେହିଭଳି  ଅନ୍ୟ ଜଣେ ବ୍ୟକ୍ତି ଗୁମିକିଆ ପଞ୍ଚାୟତର ମେଡିକାଲ ଆସୁଥିବା ସମୟରେ ତାଙ୍କୁ ଦୌଡ଼ି ଯାଇ କାମୁଡିବାକୁ ବାହାରି ଥିଲା।  କିନ୍ତୁ ବ୍ୟକ୍ତି ଜଣକ  ପ୍ରାଣବିକଳରେ ଦୌଡ଼ିବା ସମୟରେ ରାସ୍ତା ଉପରେ ପଡିଯାଇଥିଲା। ଯାହା ଫଳରେ କୁକୁର ଦୌଡ଼ି ଦୌଡ଼ି ବ୍ୟକ୍ତିଜଣଙ୍କର ହାତ ଏବଂ ଗୋଡ଼କୁ ଆକ୍ରମଣ କରିଥିଲା ।  କୁକୁରର ଏଭଳି ଉନ୍ମତ୍ତକାଣ୍ଡ ଦେଖି ତାକୁ ମାରିବା ପାଇଁ ଗୋଡାଇଥିଲେ। କିନ୍ତୁ କୁକୁର ନିଜକୁ  ବଞ୍ଚାଇବାକୁ ଯାଇ ଦୌଡ଼ି ଦୌଡ଼ି ଜଣକ ଘରକୁ ପସିଯାଇଥିଲା ଓ ଘରେ ଥିବା ପୋଷା ବିଲେଇ କୁକୁଡ଼ାକୁ ଆକ୍ରମଣ କରି ମାରିଦେଇଥିଲା।

ଏହା ପରେ  ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ କୁକୁରକୁ ଗୋଡ଼ାଇ ଗୋଡ଼ାଇ ପିଟି ପିଟି ମାରିଦେଇଥିଲେ । ତେବେ ଖରାର ମାତ୍ରା ଅଧିକ ହେଉଥିବାରୁ କୁକୁରଟି ଏମିତି ପାଗଳ ହେଉଯାଇଥିବା ସାଧାରଣରେ  ଆଲୋଚନା ହେଉଛି । ଏହି କୁକୁର ଆକ୍ରମଣର  ଶିକାର ହୋଇଥିବା ତିନିଜଣଙ୍କୁ ୧୦୮ ଡାକି ବାଲିଗୁଡା ସ୍ୱାସ୍ଥ କେନ୍ଦ୍ରକୁ ପଠାଇ ଥିଲେ ଗ୍ରାମବାସି । କୁକୁର କାମୁଡାରେ ସ୍ୱାମୀ ତସୀନା ଗୌଡ଼ ଗୁରୁତ୍ୱର ଥିବା ଜଣାପଡିଛି । ସେପଟେ ଉତ୍ୟକ୍ତ ଲୋକେ ଅନ୍ୟ କୁକୁର ଗୁଡିକ ପାଗଳ ହେଉଥିବା ସନ୍ଦେହ କରି ଭଲ କୁକୁରଙ୍କୁ ପିଟି ପିଟି ମାରିଦେଉଥିବା ଜଣା ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.