ଝାରପଡ଼ା ଜେଲରେ ଆତଙ୍କ, ୱାର୍ଡର ଓ ଜେଲରଙ୍କୁ ଆକ୍ରମଣ କଲେ କଏଦୀ

ଝାରପଡ଼ା ଜେଲରେ ଆତଙ୍କ ।  ୱାର୍ଡର ଓ ଜେଲରଙ୍କୁ ଆକ୍ରମଣ କଲେ କଏଦୀ ।  ହାଇସିକ୍ୟୁରିଟି ସେଲରେ ୱାର୍ଡର ଓ ଜେଲରଙ୍କୁ ଆକ୍ରମଣ କଲେ କଏଦୀ ।  ଜୀବନ ବଞ୍ଚିବାକୁ ଯାଇ ଜେଲ୍ ସିକ୍ୟୁରିଟି ଆଲାରମ ବଜାଇଲେ । ପ୍ରାୟ ଅଧଘଣ୍ଟା ଧରି ଜେଲରେ ବାଜିଲା ଆଲରମ୍ ।

ଯାହାକୁ ନେଇ ଝାରପଡ଼ା ଅଞ୍ଚଳରେ ଆତଙ୍କ ଖେଳିଗଲା ।  କାରଣ ଏଭଳି ଆଲାରମ ବିପଦ ଆସିଲେ ବାଜିଥାଏ ।  ତେବେ ୱାର୍ଡରଙ୍କୁ ଆକ୍ରମଣ କରିବାର କାରଣ ଜଣାପଡ଼ିନାହିଁ ।  ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।  ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ DG ।