ଆସନ୍ତାକାଲି ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ଜାଗର ପର୍ବ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ : ସୋମବାର ପ୍ରଭୁ ଲୋକନାଥଙ୍କ ପବିତ୍ର ପଙ୍କୋଧାର ଏକାଦଶୀ । ଏହି ଅବସରରେ ଆସନ୍ତାକାଲି ପୁରୀରେ ଥିବା ବାବା ଶ୍ରୀଲୋକନାଥଙ୍କ ଶ୍ରୀଅଙ୍ଗରୁ ପାଦୁକ ଉଦ୍ଧାର କରାଯିବ । ଏଥିପାଇଁ ଲୋକନାଥଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ପ୍ରଭୁଙ୍କ ଦର୍ଶନଙ୍କ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ମଧ୍ୟ ହେବ । ଖାସ୍ ସେଥିଲାଗି ପୁରୀ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।
ବର୍ଷକେ ମଧ୍ୟରେ ଏହି ଗୋଟିଏ ଦିନ ପଙ୍କୋଧାର ଏକାଦଶୀରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଠାକୁର । ଏହି ଦିନ ଶ୍ରଦ୍ଧାଳୁମାନେ ଶ୍ରୀଲୋକନାଥଙ୍କ ଦର୍ଶନ କଲେ ଲକ୍ଷେ ଶିବଲିଙ୍ଗ ଦର୍ଶନ କରିବାର ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଅବସରରେ ପାର୍ବତୀ ସାଗର କୂଳରେ ଜଳିବ ଜଗତ ମଙ୍ଗଳ ଜାଗର ଦୀପ । ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଙ୍କ ମନ୍ଦିରରେ ଏଭଳି ପରମ୍ପରା ସାରା ଦେଶରେ ନିଆରା ।
ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଆରକ୍ଷୀ ଏସପି, ୫ ଜଣ ଡିସପି, ୧୫ ଜଣ ଇନିସ୍ପେକ୍ଟର, ୪୧ ଜଣ ଏସଆଇ ଓ ଏଏସଆଇ, ୭୨ ଜଣ ହାବିଲଦାର, କନେଷ୍ଟବଳ, ୮୨ ଜଣ ହୋମଗାର୍ଡ, ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।
ଆହୁରି ପଢ଼ନ୍ତୁ : ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ, ମାର୍ଚ୍ଚ ୫ରୁ ୮ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ