ପାରା ମେଡିକାଲ କର୍ମଚାରୀଙ୍କ ୨ୟ ଦିନ ଧାରଣା

କୋରାପୁଟ : ମେଡିକାଲ କଲେଜରେ ପାରା ମେଡିକାଲ କର୍ମଚାରୀଙ୍କ ଧାରଣା ୨ୟ ଦିନରେ ପହଞ୍ଚିଛି। ୪ଦଫା ଦାବି ପୂରଣ ନେଇ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍ପିଟାଲ ପରିସରରେ ଧାରଣାରେ ବସିଛନ୍ତି। ଶୀଘ୍ର ଦାବି ପୂରଣ ନହେଲେ ଆସନ୍ତା ୭ତାରିଖରେ ୧୨ ଘଣ୍ଟିଆ କୋରାପୁଟ  ବନ୍ଦ ଡାକରା ଦେଇଛି କଂଗ୍ରେସ।

ମେଡିକାଲରେ ଡାକ୍ତର ଓ କର୍ମଚାରୀ ପୂରଣ, ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ଓ ଡାକ୍ତର ଏବଂ କର୍ମଚାରୀଙ୍କ ବଦଲି ବାତିଲ୍‌ କରିବା ଆଦି ଦାବି ନେଇ ଧାରଣା ଦିଆଯାଇଛି। ବିଧାୟକଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି ପୂର୍ବତନ ବିଧାକ, ସରପଞ୍ଚ ସମିତି ସଭ୍ୟ ଓ ଶତାଧିକ କଂଗ୍ରେସ କର୍ମୀ।  ଫଳରେ ମେଡିକାଲରେ ବାଧାପ୍ରାପ୍ତ ହୋଇଛି ରୋଗୀ ସେବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.