ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଭାରତୀୟ ପାରାଅଲିମ୍ପିକ୍ କମିଟି ସଭାପତି ପଦ୍ମଶ୍ରୀ ଦୀପା ମଲ୍ଲିକ୍

କେନ୍ୟୁଜ୍(ବ୍ୟୁରୋ): କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତୀୟ ପାରାଅଲିମ୍ପିକ୍ କମିଟି ସଭାପତି ତଥା ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ଦୀପା ମଲ୍ଲିକ୍ । ୨୦୨୨ ଫେବ୍ରୁଆରୀରେ ଭୁବନେଶ୍ୱରରେ ପାରା ଆଥଲେଟିକ୍ ମିଟ୍ ଆୟୋଜନ କରିବା ପାଇଁ ଦୀପା ଗତକାଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଆଜି ସେ ଡକ୍ଟର ସାମନ୍ତଙ୍କୁ ଭେଟି ପାରା ଆଥଲେଟିକ୍ ମିଟ୍ ଆୟୋଜନ ନେଇ ଆଲୋଚନା କରିଛନ୍ତି ।
କିଟ୍ ଓ କିସରେ କ୍ରୀଡ଼ାର ଅତ୍ୟାଧୁନିକ ଭିତ୍ତିଭୂମି ବୁଲି ଦେଖିଥିଲେ । ଏଥିସହ ପାରା ଆଥଲେଟିକ୍ ମିଟ୍ ଆୟୋଜନ କରିବାକୁ ଡକ୍ଟର ସାମନ୍ତଙ୍କୁ ଅନୁରୋଧ କରିଥିଲେ । ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଦୀପାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ।
ଏହି ଅବସରରେ କିଟରେ ଅନୁଷ୍ଠିତ ପାରା-ବ୍ୟାଡମିଣ୍ଟନ୍ ପାଇଁ କିଟ୍ ଓ କିସ୍ ସମସ୍ତ ସହଯୋଗ ଯୋଗାଇ ଦେଇଥିବାରୁ ଡକ୍ଚର ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୀପା ମଲ୍ଲିକ ।