ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପରେଡ ଅଭ୍ୟାସ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପରେଡ ଅଭ୍ୟାସ । ଲୋୟର ପିଏମଜିରେ ହୋଇଛି ପରେଡ଼ ରିହାରସଲ । ଚଳିତବର୍ଷ ପରେଡ଼ ରିହାରସଲରେ ଭାଗ ନେଇଛନ୍ତି ପ୍ରାୟ ୪୯ ଟି ମାର୍ଚ୍ଚିଂ କଣ୍ଟିଜେଣ୍ଟ । ଏହା ସହ ବିଭିନ୍ନ ବିଭାଗର ୧୦ ଟି ଟାଵଲ୍ୟୁ ଓ ୪ ସଂସ୍କୃତିକ ଦଳ ଯୋଗ ଦେଇଛନ୍ତି ।

୨୦୨୨ ବ୍ୟାଚର ଆଇ ପି ଏସ ତଥା ସମ୍ବଲପୁର ASP ପ୍ୟାରେଡ଼ କମାଣ୍ଡର ଭୋସଲେ ଶୁଭମ ସଞ୍ଜୟଙ୍କ ନେତୃତ୍ୱରେ ଏହି ପ୍ୟାରେଡ଼ ରିହାରସଲ ହୋଇଛି । ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିବ । ପରେଡ ସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ । ପରେଡ ସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି ।

Also read:କଟକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

 

 

You might also like