ନେତାଜୀଙ୍କ ଜନ୍ମ ସ୍ଥାନରେ ଜୟନ୍ତୀ ପାଳିତ, ପରାକ୍ରମ ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କଟକ : ମନେ ପଡ଼ନ୍ତି ଦୁଇ ବୀର ପୁତ୍ର । ଆଜି ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନାୟକ । ତାଙ୍କ ବୀରତ୍ୱର ଗାଥାକୁ ମନେପକାଇଛି ସାରା ଦେଶ । ଆଜି ନେତାଜୀଙ୍କ ୧୨୮ତମ ଜନ୍ମ ଜୟନ୍ତୀ । ନେତାଜୀ ଜୟନ୍ତୀ ପାଇଁ ସଜେଇ ହୋଇଛି କଟକ ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ସଂଗ୍ରହାଳୟ । ନେତାଜୀଙ୍କ ଜନ୍ମପୀଠ ସଂଗ୍ରହାଳୟରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଥମ ଥର ବାରବାଟୀ କିଲ୍ଲା ପରିସରରେ ଥିବା ସତ୍ୟବ୍ରତ ଷ୍ଟାଡିୟମରେ ପାଳିତ ହେଉଛି ପରାକ୍ରମ ଦିବସ । ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ଏହାର ଆୟୋଜନ କରଯାଇଛି । ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ପରାକ୍ରମ ଦିବସ । ଗତ ବର୍ଷ ଲାଲକିଲ୍ଲା ଠାରେ ପରାକ୍ରମ ଦିବସର ଆୟୋଜନ କରାଯାଇଥିଲା ।
ସେହିପରି ଓଡିଶା ବିଧାନସଭା ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ପାଳିତ ହୋଇଛି । କାଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଅନ୍ୟ ଅତିଥିମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିଥିଲେ ।
ଆହୁରି ପଢନ୍ତୁ : ଆଜି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ, ବୀରପୁତ୍ରଙ୍କୁ ମନେ ପକାଉଛି ଓଡ଼ିଶା