ପାରଳା ଗଣଆତ୍ମହତ୍ୟା ମାମଲା : ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲେ ମୃତକଙ୍କ ଭାଇ

ଭୁବନେଶ୍ବର : ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲେ ପାରଳା ଗଣଆତ୍ମହତ୍ୟାର ମୃତକଙ୍କ ଭାଇ ଅମୂଲ୍ୟ ପାତ୍ର । ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ସେ ଅନୁରୋଧ କରିଛନ୍ତି । ପୂର୍ବରୁ ସେ ୧୧ ଥର ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ନ୍ୟାୟ ନମିଳିଲେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଅମୂଲ୍ୟ କହିଛନ୍ତି । ୨୦୧୬ ମସିହା ଅଗଷ୍ଟ ୨୧ ତାରିଖରେ ପାରଳାଖେମୁଣ୍ଡିରେ ୪ଜଣ ଗଣଆତ୍ମହତ୍ୟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.