ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଦିନ କ’ଣ ଘଟିଥିଲା? ଡିଏଫଓଙ୍କ ଅଫିସରେ ପୋଲିସର ଖୋଳତାଡ,ଡ୍ୟୁଟି ଚାର୍ଟ-ଗାଡ଼ି ଲକ୍‌ ବୁକ୍‌ ଯାଞ୍ଚ କଲା ଟିମ୍‌

ଗଜପତି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସରଜମିନ ତଦନ୍ତ ଜାରି ରଖିଛି ପୋଲିସ । ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଅଫିସରେ ପହଞ୍ଚିଛି ଛାନ୍‌ଭିନ୍‌ କରିଛି ପୋଲିସ । ସୌମ୍ୟଙ୍କ ଡ୍ୟୁଟି ଚାର୍ଟ ଯାଞ୍ଚ କରିବା ସହ କେତେକ କର୍ମଚାରୀଙ୍କ ପଚରାଉଚରା କରିଛି । ବିବାହ ପୂର୍ବରୁ ଓ ପରେ କେମିତି ଡ୍ୟୁଟି ଦିଆଯାଉଥିଲା ? ଡ୍ୟୁଟି ସମୟରେ ବ୍ୟବହତୃତ ଗାଡି ଲକବୁକ୍‌, ବଦଳି ପାଇଁ ଆବେଦନ ପତ୍ର ଆଦି ଯାଞ୍ଚ କରିଛି ଟିମ୍‌ । ଡିଏଫଓ କେଉଁ ନିର୍ଦ୍ଦିଷ୍ଟ କାର୍ଯ୍ୟ ଦେଉଥିଲେ ? ସେସବୁ ପଚାରିଛନ୍ତି ତଦନ୍ତକାରୀ ଅଧିକାରୀ ।

ସେହିଭଳି ଗତକାଲି ସନ୍ଧ୍ୟାରେ ସହକାରୀ ବନ ସଂରକ୍ଷକ ଗୌରୀ ପ୍ରସାଦ ରଥଙ୍କୁ ପଚରାଉଚରା କରଛି ପୋଲିସ । ତାଙ୍କୁ କିଛି ଦସ୍ତାବିଜ୍‌ ମାଗିଥିଲା ପୋଲିସ ଟିମ୍‌ । ଘଟଣାଦିନ ତାଙ୍କ ଘରେ କଣ ଘଟିଥିଲା ସେକଥା କହିଛନ୍ତି ଏସିଏଫ୍‌ । ମାନବିକତା ଦୃଷ୍ଟିରୁ ସୌମ୍ୟରଞ୍ଜନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ସହକାରୀ ବନ ସଂରକ୍ଷକ ଗୋରୀ ପ୍ରସାଦ ରଥ ।

ଏପଟେ ପୋଲିସର ଗୋଟିଏ ସ୍ୱତନ୍ତ୍ର ଟିମ୍‌ ବାଲେଶ୍ୱର ଓ ମୟୂରଭଞ୍ଜରେ ତନାଘନା କରୁଛି । ଯୋଗାଡ଼ କରାଯାଉଛି ସମସ୍ତ ସାକ୍ଷ୍ୟ ପ୍ରମାଣ । ଏଯାଏ ୧୧ ଜଣଙ୍କର ପୋଲିସ ବୟାନ ରେକର୍ଡ କରି ସାରିଛି । ୭ ଦିନ ପରେ ବି ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ସସପେନ୍ସ ସରୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.