ପାରଳାଖେମୁଣ୍ଡି : ବସ୍‌ ଚଳାଚଳ ନେଇ ଉପୁଜିଥିବା ବିବାଦର ସମାଧାନ ହେଉନି

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡରେ ବିବାଦୀୟ ପରିସ୍ଥିତି । ଅଭିଯୋଗ ହୋଇଛି କି କିଛି ବସ୍‌ ମାଲିକ କୁଆଡ଼େ ମନମାନି ଚଳାଇଛନ୍ତି । ଯାହାଫଳରେ ଦୁର୍ଗମ ଅଞ୍ଚଳକୁ ଯାଉଥିବା ଏକ ବସ୍‌ ବନ୍ଦ ହୋଇ ଯାଇଛି । ପାରଳାଖେମୁଣ୍ଡିରୁ ଭାୟା ରାୟଗଡ, ଆର ଉଦୟଗିରି, ମୋହନା ଦେଇ ଆତାରସିଂକୁ ଚାଲୁଥିଲା ତାନାନ ବସ୍‌ । ଏହି ବସ୍‌ ସବୁ ନିୟମକୁ ପାଳନ କରୁଥିଲେ ମଧ୍ୟ ପାରଳାଖେମୁଣ୍ଡିର କିଛି ବସ ମାଲିକ ତାକୁ ଚଳାଇବାକୁ ଦେଉନଥିବା ଅଭିଯୋଗ ହୋଇଛି । ଏମିତିକି ଷ୍ଟାଣ୍ଡରେ ଏଯାଏ ଠିଆ ହୋଇଥିବା ବସ୍‌ର ଇଞ୍ଜିନରେ ଚିନି ପକାଇ ତାକୁ ନଷ୍ଟ କରିଦେବା ଭଳି ଉଦ୍ୟମ ବି ହୋଇଛି ।
ଏହି ଘଟଣାକୁ ନେଇ ତାନାନା ବସ୍‌ ମାଲିକଙ୍କ ପକ୍ଷରୁ ପୋଲିସ୍‌ ସମସ୍ତେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରାଯାଇଛି । ତଥାପି ବସ୍‌କୁ ଚଳାଇ ଦିଆଯାଉ ନାହିଁ ।

ତାନାନା ବସ ମାଲିକ ପାରଳାଖେମୁଣ୍ଡି ଥାନା ପରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ଦ୍ବାରସ୍ତ ହୋଇଥିଲେ। ଯାହାକୁ ନେଇ ମିଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା । ବସ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବସର ଇଞ୍ଜିନରେ କେହି ଚିନି ପକାଇ ଦେଇଥିବାରୁ ଏହାକୁ ଚଳାଇବା ସମ୍ଭବ ହୋଇନାହିଁ ।

ଯଦି ବସ୍‌ ମାଲିକମାନଙ୍କ ମଧ୍ୟରେ କୌଣସି ବିବାଦକୁ ନେଇ ଏଭଳି ଘଟଣା ଘଟୁଛି ତେବେ ପ୍ରଶାସନ ଏହାକୁ ନେଇ ତୁନ୍ତ ସମାଧାନର ବାଟ ବାହାର କରିବା ଉଚିତ । କାରଣ ଦୁର୍ଗମ ଅଞ୍ଚଳକୁ ଚଳାଚଳ କରୁଥିବା ଏହି ବେସରକାରୀ ବସ୍‌ ଯାଉନଥିବାର ସେହିସବୁ ଅଞ୍ଚଳର ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ତେବେ ଘଟଣାକୁ ନେଇ ଏଯାଏ ବସ୍‌ମାଲିକଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.