କେନ୍ୟୁଜ୍: ସରିଲା ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଅନ୍ତରୀଣ ଜାମିନ ଅବଧି। ଆଜି ଅବଧି ଶେଷ ହେବା ପରେ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। ପୁଞ୍ଜିଲାଲକୁ ପରେ ବଲାଙ୍ଗିର ଜେଲ୍କୁ ଅଣାଯିବ। ମାଆଙ୍କ ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ପାଇଁ ୪ଦିନ ଜାମିନ୍ରେ ଜେଲ୍ରୁ ବାହାରିଥିଲେ ପୁଞ୍ଜିଲାଲ। ୨୪ରୁ ୨୮ ତାରିଖ ପର୍ୟ୍ୟନ୍ତ ଜାମିନ ଦେଇଥିଲେ ହାଇକୋର୍ଟ। ୨୦୧୮ରେ ପାର୍ସଲ ବୋମା ବିସ୍ଫୋରଣ ଜରିଆରେ ଦୁଇ ଜଣଙ୍କ ଜୀବନ ନେଇଥିଲେ ପୁଞ୍ଜିଲାଲ । ତା ପରଠାରୁ ସେ ଗିରଫ ହୋଇ ଜେଲରେ ସଜା କାଟୁଛନ୍ତି ।