ପଟ୍ଟାମୁଣ୍ଡାଇରେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅଭିଭାବକଙ୍କ ବିରୋଧ, ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଟିକ୍‌ଟକ୍ ଭିଡିଓ ଦେଖାଇବା ଅଭିଯୋଗ

ପଟ୍ଟାମୁଣ୍ଡାଇ: ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅଭିଭାବକଙ୍କ ବିରୋଧ। କ୍ଲାସରୁମରେ ଛାତ୍ରଛାତ୍ରୀଙ୍କୁ ଟିକଟକ ଭିଡିଓ ଦେଖାଇବା ସହ ନିଜେ ଗେମ୍‌ସ ଖେଳି ଭିଡିଓ ଦେଖିବା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଏହାକୁ ବିରୋଧ କରାଯାଇଛି। ପଟ୍ଟାମୁଣ୍ଡାଇର କୂଳସାହି ଆଶ୍ରମ ବିଦ୍ୟାଳୟରୁ ଆସିଛି ଏଭଳି ଅଭିଯୋଗ। ଏହାକୁ ବିରୋଧ କରି ଗ୍ରାମବାସୀ ଓ ଅଭିଭାବକ ଶିକ୍ଷୟିତ୍ରୀ ଜୟଶ୍ରୀ ଦାସଙ୍କୁ ବିରୋଧ କରି ତାଙ୍କ ବହଳି ଦାବି ସହ ସ୍କୁଲ ଅଫିସ ଗୃହକୁ ତାଲା ପକାଇ ଦେଇଛନ୍ତି। ଯାହା ଫଳରେ ବିଦ୍ୟାଳୟରେ ପଢୁଥିବା ୩ଶହରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଟାଣି ହୋଇଯାଇଛି। ସେପଟେ ଶିକ୍ଷୟିତ୍ରୀ ଜୟଶ୍ରୀ ଦାସ ଏହାକୁ ଖଣ୍ଡନ କରିଛନ୍ତି। ପୂର୍ବତନ ପ୍ରଧାନ ଶିକ୍ଷକ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ସେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.