ବିଦ୍ୟାଳୟ ଭିତରେ ଅଳିଆ, ପ୍ରତିବାଦରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ

ନୀଳଗିରି : ନୀଳଗିରି ଉପଖଣ୍ଡ ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା । ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ। ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟକୁ ସଫାସୁତୁରା କରାଯାଇନଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟ ପରିସର ଜଙ୍ଗଲ ହେବା ସହ ବିଦ୍ୟାଳୟ ପରିସର ଭିତରେ ବାଲି ଗଦା ହେବା ସହ ଖୋଲାରେ ପଡ଼ି ରହିଛି ରଡ। ଫଳରେ ବିଦ୍ୟାଳୟକୁ ପିଲାଙ୍କୁ ଛାଡ଼ିବାକୁ ଭୟ କରୁଛନ୍ତି ଅଭିଭାବକ । ଏପରି ଅସ୍ୱାସ୍ଥ୍ୟକର ପରିବେଶରେ ପିଲା କେମିତି ପାଠ ପଢ଼ିବେ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି ।

ତେବେ ଏହି ଘଟଣାକୁ ନେଇ ଆଜି ସକାଳେ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅଫିସ ଭିତରେ ତାଲା ପକାଇ ଦେଇଥିଲେ ଅଭିଭାବକ । ଶିକ୍ଷା ଅଧିକାରୀ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିବା ସୂଚନା ମିଳିଛି ।