ରାଜ୍ୟ

ଝିଅ ପ୍ରେମ ବିବାହ କରିବାରୁ ବାପା, ମାଙ୍କୁ ମିଳିଲା ଏମିତି ଶାସ୍ତି, ଚୋରଙ୍କ ଭଳି ଚଳିବାକୁ ପଡୁଛି ନିଜ ଗାଁରେ

ନବରଙ୍ଗପୁର: ଏଠି ଝିଅ ପ୍ରେମ ବିବାହ କଲେ ବଦଳରେ ପାରିବାର ଙ୍କୁ ମିଳିଛି ଦଣ୍ଡ। କଳାପାଣି ଠୁ ବି କଡ଼ା ସଜା କାଟିଛନ୍ତି ପାରିବାର ଲୋକ।ରାଜା ରାଜୁଡା ଶାସନ ଅମଳରେ କେହି କିଛି ଭୁଲ କଲେ, ଗାଁ ରେ ବସୁଥିଲା ପ୍ରଜାକୋର୍ଟ । ଏବେ ମାଓବାଦୀ ଡାକୁଛନ୍ତି ପ୍ରଜାକୋର୍ଟ। ହେଲେ ଆମ ସଭ୍ୟ ସମାଜରେ ବି ଏଭଳି ପ୍ରଜକୋର୍ଟ ଡାକି ଦିଆଯାଉଛି ଦଣ୍ଡ।

ଏକ ପରିବାରକୁ ନିଆଁ ପାଣିରୁ ବାସନ୍ଦ କରାଯାଇଛି । ଦୀର୍ଘ ୩ ମାସ ହେବ ଗୋଟିଏ ପରିବାର ଏମିତି ବାସନ୍ଦ ଦଣ୍ଡକୁ ସହିବାକୁ ବାଧ୍ୟ ହୋଇଛି । ଜିଲ୍ଲା ପ୍ରଶାସନ ସବୁ ଜାଣି ଚୁପ୍ ରହିଛି । ଏବେ ଏହି ପରିବାର ଆଇନର ଦ୍ୱାରସ୍ଥ ହୋଇଛନ୍ତି ।

ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଆଉଁଳି ଗାଁରେ । ଗାଁର ବାସୁଦେବ କୁର୍ମୀଙ୍କ ପରିବାର । ଘରେ ବାସୁଦେବ, ତାଙ୍କ ସ୍ତ୍ରୀ, ଗୋଟିଏ ପୁଅ ଏବଂ ଦୁଇ ଝିଅ ରୁହନ୍ତି। ହେଲେ ଦୁଇ ଝିଅ ନିଜ ଇଚ୍ଛାରେ ଘରୁ ପଳେଇ ଯାଇ ପ୍ରେମ ବିବାହ କରିଛନ୍ତି। ଏଥିପାଇଁ ପାରିବାରକୁ ଗାଁ ରୁ ବାସନ୍ଦ କରାଯାଇଛି।

ଦୁଇ ଝିଅଙ୍କ ବିବାହକୁ ନେଇ ଗାଁରେ କୁର୍ମୀ ସମାଜ ଡାକିଲା ପ୍ରଜକୋର୍ଟ । ସେଇଠାରେ ଶୁଣାଇଲା ଦଣ୍ଡ। ପରିବାରକୁ ନିଆଁ ପାଣିରୁ ବାସନ୍ଦ ଭଳି କୋଠର ନିଷ୍ପତ୍ତି ନିଆଯାଇଥିଲା । ତା ସହ ଗୋଟିଏ ଝିଅ ପାଇଁ ୬ ହଜାର ଟଙ୍କା ଏବଂ ଆଉ ଗୋଟିଏ ଝିଅ ପାଇଁ ୧୦ ହଜାର ଟଙ୍କାର ଜରିମାନା ବା ଅର୍ଥ ଦଣ୍ଡାଦେଶ ଶୁଣେଇଲେ ସମାଜର ପଂଚାୟତ । ବାସୁଦେବଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ପଂଚାୟତ ଆଗରେ ଏଇ ୧୬ହଜାର ଟଙ୍କା ବଦଳରେ କିଛି କମ ଜରିମାନା ଦେବାକୁ ଗୁହାରି କରିଥିଲେ। କିନ୍ତୁ ତାଙ୍କ ଅନୁରୋଧକୁ ଗ୍ରହଣ କଲା ନାହିଁ ସମାଜ । ଏଇ ଅର୍ଥ ନଦେଇ ପରିବାରୁ ଦୀର୍ଘ ୩ ମାସ ହେଲା ବାସନ୍ଦ ହୋଇ ଦିନ କାଟୁଛନ୍ତି ଏହି ପରିବାର ଲୋକେ।

ଦୁଃଖ ଏତିକିରେ ସରିନି। ଗାଁ ର କୌଣସି କାର୍ଯ୍ୟ ବିବାହ କି ଦଶାହ ଘରେ ଏଇ ପରିବାରକୁ ନିମନ୍ତ୍ରଣ କରାଯାଉ ନାହିଁ। ଯଦି ବି କେହି ଭୁଲ ବଶତଃ ନିମନ୍ତ୍ରଣ କରିଦେଲା ତ ସାମୁହିକ ଭୋଜିରେ ତାଙ୍କ ପରିବାରକୁ ଖାଇବାକୁ ଦିଆ ନ ଯାଇ ଏକ ଅଲଗା ବ୍ୟାଗରେ ଖାଇବା ଦେଇ ପଠେଇ ଦିଆଯାଉଛି । ଖରାଦିନେ ପଶୁକୁ ବି ପାଣି ମନା ନାହିଁ ହେଲେ ଏହି ପରିବାରକୁ ଗାଁ ନଳକୂପ ବ୍ୟବହାର ଉପରେ ରୋକ ଲଗେଇଛି ସମାଜ। ଚୋରଙ୍କ ଭଳି ଗାଁ ଲୋକ ଉଠିବା ପୂର୍ବରୁ ଭୋର ଭୋରୁ ଉଠି ନିଜ ପାଇଁ ପାଣି ଆଣିବାକୁ ଯିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି ପରିବାର ଲୋକ।

ସରକାର ଏଭଳି ବିବାହକୁ ସ୍ଵୀକୃତି ଦେଉଛନ୍ତି ହେଲେ ଏଠି ସରକାରଙ୍କଠୁ ବଡ ଏଇ ସମାଜର ସ୍ୱୀକୃତି । ଏଭଳି କଡା ନିଷ୍ପତ୍ତିକୁ ନେଇ ଭାଙ୍ଗି ପଡିଲେଣି ପରିବାର ଲୋକେ, ଜିଲ୍ଲାପାଳ ଏବଂ ଏସପିଙ୍କୁ ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି । ହେଲେ ସବୁଥର ଭଳି ଏଠି ବି ଗରିବ ଓ ଦୁର୍ବଳଙ୍କ କଥା ଶୁଣା ଯାଉନି।

ଘଟଣା ସମ୍ପର୍କରେ ଆମେ ଡାବୁ ଗାଁ ବିଧାୟକ ଶ୍ରୀ ମୋନହର ରନ୍ଧାରିଙ୍କ ସହ ଯୋଗଯୋଗ କରିଥିଲୁ, ତାଙ୍କ ପାଖରେ ଏ ନେଇ କିଛି ଅଭିଯୋଗ ଆସି ନାହିଁ ଏବଂ ସେ ନିଜେ ଗାଁକୁ ଯାଇ ଉଭୟ ପକ୍ଷ ସହ ଆଲୋଚନା କରି ସମାଧାନ କରିବେ ବୋଲି କହିଛନ୍ତି ।

 

 

Sonalisa

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

2 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

2 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

6 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

29 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

37 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

43 mins ago