ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ଆଜି ସରୁଛି ରିମାଣ୍ଡ ଅବଧି

ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ଆଜି ସରୁଛି ରିମାଣ୍ଡ ଅବଧି। ମାମଲାରେ ଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା SIT। ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ନୟାଗଡ଼ ପକ୍‌ସୋ କୋର୍ଟରେ ହାଜର କରାଯିବ।

ଗତକାଲି ଦ୍ୱିତୀୟ ଦିନ ପଚରାଉଚରାବେଳେ ଅନେକ ତଥ୍ୟ ହାସଲ ହୋଇଛି। ଦୁଇ ଜଣଙ୍କ ଆଗରେ ଅଭିଯୁକ୍ତ ଘଟଣା ସମ୍ପର୍କରେ କହିଥିଲା । ସେମାନଙ୍କ ବାବଦରେ ତଥ୍ୟ ହାସଲ ସହ ଆବଶ୍ୟକ ହେଲେ ପଚରାଉଚରା କରିବ ଏସଆଇଟି । ଆଉ କାହାର ସଂପୃକ୍ତି ସନ୍ଦେହ ହେଲେ ସେମାନଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯିବ ।ଅଭିଯୁକ୍ତ ନାବାଳିକାକୁ ଶ୍ୱାସରୁଦ୍ଧ କରିବା ବେଳେ ନାକରୁ ରକ୍ତ ବାହାରିଥିଲା ।

ଯେଉଁ ଟାେଓ୍ଵଲରେ ସରୋଜ ରକ୍ତ ପୋଛିଥିଲା ତାକୁ ଜବତ କରିଛି ଏସଆଇଟି । ପରୀକ୍ଷା ପାଇଁ ଗାମୁଛାକୁ ଲାବ୍ରୋଟୋରୀକୁ ପଠାଯାଇଛି । ପୋଖରୀରୁ ମିଳିଛି ଗୋଟିଏ ବ୍ୟାଟେରୀ ଓ ସିମକାର୍ଡ ନଥିବା ମୋବାଇଲ୍‌ ଫୋନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.