ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଝାରସୁଗୁଡ଼ା (କେନ୍ଯୁଜ୍) :ଜେଲ ଘଟିଛି ଅଘଟଣ। ମୃତକ ଜଣକ ଝାରସୁଗୁଡ଼ା ବଡମାଲ ଥାନା ଅଧୀନସ୍ଥ ମୁଡକାଜୁଡା ଗାଁର ବିନୋଦ କିଷାନ। ୨୦୧୪ ଜୁନ୍‌ ୧୮ରେ ବିନୋଦ ନିଜ ସ୍ତ୍ରୀ ହତ୍ୟା ମାମଲାରେ ଗିରଫ ହୋଇ ଝାରସୁଗୁଡ଼ା ଜେଲ୍‌ରେ ଅଛନ୍ତି।

ଆଜି ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ଜେଲ୍‌ କର୍ତ୍ତୁପକ୍ଷ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।