ରାଜ୍ୟ

ପାରଳାଖେମୁଣ୍ଡି ACFଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ବଲାଙ୍ଗିରରେ LI ତାଲିମ କେନ୍ଦ୍ରରେ ତଦନ୍ତ କରିବ ଗଜପତି ପୋଲିସ ଟିମ୍‌

କେନ୍ୟୁଜ୍(ବ୍ୟୁରୋ): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରୁ ଖୁବଶୀଘ୍ର ହଟିପାରେ ପରଦା । ତଦନ୍ତ ପାଇଁ ବଲାଙ୍ଗିରରେ ଗଜପତି ପୋଲିସ ଟିମ୍‌ । ଗତକାଲି ବିଳମ୍ବିତ ରାତିରେ ଗଜପତି ପୋଲିସର ୫ ଜଣିଆ ଟିମ୍‌ ବଲାଙ୍ଗିରରେ ପହଞ୍ଚିଛି। ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଢୁଥିବା ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରକୁ ଯାଇ ପଚାରଉଚରା କରିବ। ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓ, ରୋଷେୟା ଓ ଗୁରାଣ୍ଡି ଥାନା ଓଆଇସିଙ୍କୁ ପୋଲିସ କ୍ଲିନଚିଟ୍‌ ଦେଇଛି ।

ବର୍ତ୍ତମାନ ସୁଦ୍ଧା ତଦନ୍ତରେ ତାଙ୍କର ସଂପୃକ୍ତି ନେଇ ପ୍ରମାଣ ମିଳିନି । ୩ ଜଣଙ୍କୁ ଗଜପତି ପୋଲିସ କ୍ଲିନଚିଟ୍‌ ଦେଇଥିବା ବେଳେ ଏବେ ବି ପତ୍ନୀ ବିଦ୍ୟାଭାରତୀଙ୍କ ଭୂମିକା ବାବଦରେ କିଛି କହିନି ପୋଲିସ । ବିଦ୍ୟାଭାରତୀ ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ତାଲିମ ନେଉଥିଲେ । ବାହାଘର ପରେ ବିଦ୍ୟାଭାରତୀ ଏପ୍ରିଲ ୩ ତାରିଖରେ ବଲାଙ୍ଗିର ଆସିଥିଲେ। ୧୧ ତାରିଖରେ ସେ କଲେଜରେ ବାହାଘର ଭୋଜି ଦେଇଥିଲେ। ତେବେ ଘଟଣାରେ ତାଙ୍କର କିଭଳି ରହିଛି ସଂପୃକ୍ତି ସେନେଇ ସସପେନ୍ସ ହଟିନି । ସେପଟେ ଗଜପତି ଏସପି କହିଛନ୍ତି, ଦରକାର ହେଲେ ପୁଣି ସମସ୍ତଙ୍କୁ ଜେରା ହେବ । ଦରକାର ପଡିଲେ ସାଇବର ଏକ୍ସପର୍ଟଙ୍କ ସହଯୋଗ ନିଆଯିବ । ପ୍ରତ୍ୟେକ ଦିଗରୁ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ମାମଲାର ତଦନ୍ତ ଚାଲିଛି । ଯୋଗାଡ଼ ଚାଲିଛି ଅଧିକ ତଥ୍ୟ ପ୍ରମାଣ । ୧୧ ଦିନ ପରେ ବି ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା । ଖୁବଶୀଘ୍ର ପୋଲିସ ନିଷ୍କର୍ଷରେ ପହଞ୍ଚିବା ଆଶା କରାଯାଉଛି ।

KNews Bureau

Recent Posts

ସମ୍ଭାଳି ପାରିଲାନି ପଣସର ବାସ୍ନା, ଗଛକୁ ଚଢ଼ି ଭାଲୁ ଖାଇଲା ପଣସ

ନବରଙ୍ଗପୁର (କେନ୍ୟୁଜ) : ରଜ ଆସିଲାଣି ଚାରିଆଡେ ମହକିଲାଣି ପଣସର ବାସ୍ନା । ଏଇ ଦିନରେ ପଣସର ଚାହିଦା ବହୁତ…

19 mins ago

ମହା ଆଡ଼ମ୍ବରରେ ଚାଲିଛି ମା’ ସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ଭକ୍ତଙ୍କ ଗହଣରେ ହେଉଛି ମା’ଙ୍କ ଘଟ ପରିକ୍ରମା

ଛତ୍ରପୁର(କେନ୍ୟୁଜ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ବାହାଲପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା…

42 mins ago

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଓଲଟିଲା ଶ୍ରଦ୍ଧାଳୁଙ୍କ ବସ୍‌: ୨ ମୃତ, ୨୮ ଗୁରୁତର

ଉତ୍ତରପ୍ରଦେଶର ଫିରୋଜାବାଦରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଯାତ୍ରୀବାହୀ ବସ୍ ଓଲଟି…

51 mins ago

ଡଟର୍ସ ଡେ଼ରେ ଝିଅ ମାଳତୀ ସହ ପ୍ରିୟଙ୍କା ସେୟାର କଲେ କିଛି ସୁନ୍ଦର ଫଟୋ, ଫ୍ୟାନ୍ସ ଦେଖି କରୁଛନ୍ତି ପ୍ରସଂଶା

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ବଲିଉଡରେ କମ୍ ଆକ୍ଟିଭ ଏବଂ ଓଲିଉଡରେ ଅଧିକ ଆକ୍ଟିଭ ରୁହନ୍ତି ।…

1 hour ago

ଶ୍ରୀ ଜଗନ୍ନାଥଙ୍କ ପାଇଁ ତୁଳସୀ ଏବଂ ପଦ୍ମଫୁଲ ପଠାଇଲା ଓୟୁଏଟି

ପିପିଲି(କେନ୍ୟୁଜ): ଯୁଆଡ଼େ ଦେଖିବେ ବୃନ୍ଦାବତୀଙ୍କ ଆସ୍ଥାନ । ଦିନେ ଘାସ ବୁଦାରେ ପରିପୂର୍ଣ୍ଣ ହୋଇଥିବା ସ୍ଥାନଟି ଆଜି କଳା ଏବଂ…

1 hour ago

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ସମୟର ୪ ଦିନ ପୂର୍ବରୁ ରାଜ୍ୟରେ କଲା ପ୍ରବେଶ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଆଜି…

1 hour ago