ଭୁବନେଶ୍ବର (କେନ୍ୟୁଜ୍) : ଜୁଲାଇ ୫ରେ ହେବ ରାଜ୍ୟସଭା ଉପ ନିର୍ବାଚନ । ଓଡ଼ିଶାର ୩ ଟି ଆସନ ପାଇଁ ମତଦାନ ହେବ । ସେହିପରି ବିହାର, ଗୁଜରାଟର ୬ଟି ଆସନ ପାଇଁ ମତଦାନ ହେବ । ଏଥିପାଇଁ ୧୮ ଜୁନରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ୨୫ ଜୁନ । ୨୮ ତାରିଖ ରହିଛି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । ଜୁଲାଇ ୫ ତାରିଖ ଦିନ ୯ଟାରୁ ୪ଟା ଯାଏ ମତାଦାନ ହେବ । ସଂଧ୍ୟା ୫ଟା ପରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ । ରାଜ୍ୟସଭା ସଦସ୍ୟ ପଦରୁ ଡକ୍ଟର ଅଚ୍ୟୁତ ସାମନ୍ତ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ ଇସ୍ତଫା ପରେ ଖାଲି ପଡିଥିବା ସ୍ଥାନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଡ.ଅଚ୍ୟୁତ ସାମନ୍ତ କନ୍ଧମାଳରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରତାପ ଦେବ ଆଳିରୁ ଓ ସୌମ୍ୟ ରଂଜନ ପଟ୍ଟନାୟକ ଖଣ୍ଡପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହାପରେ ଏହି ତିନି ଜଣ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଫଳରେ ଖାଲି ପଡିଥିଲା ତିନିଟି ଆସନ।
ରାଜ୍ୟସଭା ଉପ ନିର୍ବାଚନ
ଜୁଲାଇ ୫ରେ ରାଜ୍ୟସଭା ନିର୍ବାଚନ
ଓଡ଼ିଶାର ୩ଟି ଆସନ ପାଇଁ ମତଦାନ ହେବ
ବିହାର, ଗୁଜରାଟର ୬ଟି ଆସନ ପାଇଁ ଭୋଟିଂ
ଜୁନ ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇବ
ଜୁନ ୨୫ ନାମାଙ୍କନ ଦାଖଲର ଶେଷ ଦିନ
ଜୁନ ୨୮ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ
ଜୁଲାଇ ୫ରେ ଦିନ ୯ଟାରୁ ୪ଟା ଯାଏ ଭୋଟ ଓ ଫଳାଫଳ ଘୋଷଣା