ଆସନ୍ତା ୧୧ରୁ ସଂସଦର ଶୀତ ଅଧିବେଶନ, ୯ରେ ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ବର(କେନ୍ୟୁଜ୍) : ଡିସେମ୍ବର ୧୧ରୁ ସଂସଦର ଶୀତକାଳୀନ ଅଧିବେଶନ । ଏହାର୍ପୂବରୁ ଆସନ୍ତା ରବିବାର ବିଜେଡି ସଂସଦୀୟ ଦଳର ବୈଠକ ବସିବ । ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳର ଆଭିମୁଖ୍ୟ, ରଣନୀତି ସମ୍ପର୍କରେ ଆଲୋଚନା ହେବ । ସଂସଦରେ ମହିଳାଙ୍କ ସଂରକ୍ଷଣ ବିଲ ପ୍ରସଙ୍ଗ ବୈଠକର ମୁଖ୍ୟ ଫୋକସ୍‌ ରହିବ । ସେହିପରି ମହାଦନୀ, ପୋଲାଭରମ, କେନ୍ଦ୍ରୀୟ ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଚାଷୀ ସମସ୍ୟା ନେଇ ଉଭୟ ଗୃହରେ ରଣନୀତି ସଂପର୍କରେ ଆଲୋଚନା ହେବ ।

cmmସେପଟେ ସଂସଦ ସୁରୁଖୁରୁରେ ଚାଲିବା ନେଇ ଆସନ୍ତା ୧୧ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ । ସେହିପରି ରାଜ୍ୟସଭା ଅଧିବେଶନ ସୁପରିଚାଳନା ଲାଗି ଆସନ୍ତା ୧୦ ତାରିଖରେ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସର୍ବଦଳୀୟ ବୈଠକ ଡାକିଛନ୍ତି । ୨୦୧୯ ମସିହା ଲୋକସଭା ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣକାଳୀନ ଅଧିବେଶନ ହୋଇଥିବାରୁ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ବିଲ ଗୃହୀତ କରିବାକୁ ଉଦ୍ୟମ କରିବେ ।

You might also like