ଜଳସେଚନ ପ୍ରକଳ୍ପକୁ ମିଳିଛି କ୍ୟାବିନେଟ ଅନୁମୋଦନ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବାଙ୍କୀ ବାରଙ୍ଗ ବାସିନ୍ଦା

ବାଙ୍କୀ(କେନ୍ୟୁଜ୍): କଟକ ଜିଲ୍ଲା ବାଙ୍କୀରେ ୩୩୪ କୋଟି ଟଙ୍କାର ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କ୍ୟାବିନେଟ ବୈପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅନୁମୋଦନ ପାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ବାଙ୍କୀ ବାରଙ୍ଗ ବାସିନ୍ଦା ।

କଟକ ସର୍କିଟ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ବାଙ୍କୀର ଅନ୍ୟ ନିର୍ବାଚିତ ପ୍ରତିନିଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ମେଗା ଉଠା ଜଳସେଚନ ପ୍ରକଳ୍ପ ଯୋଗୁଁ ବାଙ୍କୀ ବାରଙ୍ଗ ଅଞ୍ଚଳରେ ୯ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ହୋଇ ପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.