ଆସନ୍ତା ୨୫ ତାରିଖରୁ ପାସ୍‌ ନଥିଲେ ଭୁବନେଶ୍ୱର-କଟକରେ ଗାଡ଼ି ଚଳାଇବା ମନା, କଟକଣା ଜାରି କଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଟୁଇନ୍‌ ସିଟିରେ କଡାକଡ଼ି ହେବ ଲକ୍‌ ଡାଉନ୍‌ ନିୟମ । ଆସନ୍ତା ୨୫ ତାରିଖରୁ ପାସ୍‌ ନଥିଲେ ଭୁବନେଶ୍ୱର-କଟକରେ ଗାଡ଼ି ଚଳାଇବା ମନା । କଟକଣା ଜାରି କରିଛି କମିଶନରେଟ ପୋଲିସ । ଆଜିଠାରୁ ପାସ୍‌ ବଣ୍ଟନ ଆରମ୍ଭ ହୋଇଛି । ଏହି ପାସ୍‌ ବ୍ୟବସ୍ଥା ଟ୍ଵିନ୍‌ ସିଟିରେ ଲାଗୁହେବ । ଘରେ ରହିବାକୁ ସଚେତନ କରୁଛନ୍ତି ପୋଲିସ କର୍ମଚାରୀ । ସମସ୍ତଙ୍କୁ ଲକ୍‌ ଡାଉନ୍‌ ମାନିବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । କାମ ନଥାଇ ରାସ୍ତାରେ ବୁଲିଲେ ଜରିମାନା ହେବ । ଖିଲାପକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଅଭିଭାବକମାନଙ୍କୁ ପୋଲିସ କମିଶନର ଅପିଲ୍‌ କରିଛନ୍ତି, ପିଲାଙ୍କୁ ଖେଳିବାକୁ ବାହାରକୁ ଛାଡ଼ନ୍ତୁ ନାହିଁ । ଏହି କଠୋର ସମୟରେ ସମସ୍ତେ ଘରେ ରୁହନ୍ତୁ । କରୋନା ନେଇ ସରକାର କରିଥିବା ଲକ୍‌ ଡାଉନ୍‌ ପରେ ଭୁବନେଶ୍ୱର ବିଭିନ୍ନ ଛକରେ କଡ଼ାକଡ଼ି ଚେକିଂ କରାଯାଉଛି । ଟ୍ରାଫିକ ଓ କମିଶନରେଟ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ଆଜି ମାଷ୍ଟରକ୍ୟାଣ୍ଟିନରେ ପୋଲିସ ନାକାବନ୍ଦୀ କରିଛି । ଘରେ ରହିବାକୁ ସଚେତନ କରୁଛନ୍ତି ପୋଲିସ କର୍ମଚାରୀ ।

Leave A Reply

Your email address will not be published.