ଫାସଟ୍ୟାଗ ନ କରି ପିପିଲି ଟୋଲ ପ୍ଲାଜା ଗେଟରେ ଯାତ୍ରୀ ହେଉଛନ୍ତି ହଟହଟା, ଦେଉଛନ୍ତି ଦୁଇ ଗୁଣା ଫାଇନ

ପିପିଲି(କେ ନ୍ୟୁଜ): ୱାନ ନେସନ ୱାନ ଫାସ ଟ୍ୟାଗ ଲାଗୁ ହେବା ପରେ ପିପିଲି ସମେତ ରାଜ୍ୟର ବିଭିନ୍ନ ପ୍ଲାଜା ଟୋଲ ଗେଟ ସ୍ଥିତିରେ କିଛିଟା ଭିନ୍ନତା ଲକ୍ଷ କରାଯାଇଛି । ଚଳିତ ବର୍ଷ ଜାନୁଆରୀ ପହିଲା ଠାରୁ ରାଜ୍ୟ ସମେତ ଦେଶର ଅନ୍ୟାନ ସ୍ଥାନରେ ଫାସଟାଗକୁ ବାଧ୍ୟତାମୂଳକ କରାଯାଇଛି । ଇଲେକ୍‌ଟ୍ରୋନିକ୍ସ ମାଧ୍ୟମରେ ଆଦାୟ ହେଉଛି ଟୋଲ ଫି । ଟୋଲ ଆଦାୟରେ ସ୍ୱଚ୍ଛତା ଓ ଅଯଥା ଟ୍ରାଫିକ୍ ଭିଡ଼ରୁ ମୁକ୍ତି ପାଇବା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ଖାଲି ସେତିକି ନୁହେଁ ଫେବୃଆରୀ ୧୫ ମଧ୍ୟରାତ୍ରରୁ ଏହି ନିୟମକୁ ଆହୁରି କଡାକଡି କରାଯାଇଛି । ଯଦି ଜଣେ ଫାସଟାଗ ଅନ୍ତର୍ଭୁକ୍ତ ହୋଇନଥାନ୍ତି ତେବେ ତାଙ୍କ ଠାରୁ ଦୁଇ ଗୁଣା ଫାଇନ ଆଦାୟ କରାଯାଉଛି ।

ଏନଏଚ ସମେତ ରାଜ୍ୟ ରାଜପଥରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ଅର୍ଥାତ ଯେଉଁମାନେ ଫାସଟ୍ୟାଗ କରି ନାହାନ୍ତି ସେମାନଙ୍କୁ ଡ଼ବଲ ଅର୍ଥ ଦେବାକୁ ପଡୁଛି । ଖାଲି ପିପିଲି ନୁହେଁ ରାଜ୍ୟର ଅନ୍ୟ ଟୋଲ ଗେଟ ଗୁଡିକରେ ସମାନ ପରିସ୍ଥିତି ଦେଖାଦେଇଛି । ଯେଉଁ ମାନେ ଫାସଟ୍ୟାଗ କରିନାହାନ୍ତି ସେମାନଙ୍କୁ ହଟହଟାର ସାମ୍ନା ହେବାକୁ ପଡିଛି । ଟୋଲ ଗେଟ ପାର ହେବାକୁ ଦୁଇ ଗୁଣା ଫାଇନ ବି ଦେବାକୁ ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.