୧୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଖସିଲା ଅଟୋ, ୧୦ ଆହତ

ମୋହନା(କେନ୍ଯୁଜ୍): ଯାତ୍ରୀବାହୀ ଅଟୋ ଓଲଟି ୧୦ଆହତ। ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଗଡାପଦର ଘାଟିରେ ଘଟିଛି ଏହି ଦୁର୍ଘଟଣା । ଗତକାଲି ଅପରାହ୍ନରେ ଡାବରାଗୁଡା ଗ୍ରାମ ରୁ ଏକ ଅଟୋ ୧୮ ଜଣ ଯାତ୍ରୀଙ୍କୁ ନେଇ ଶିକୁଳିପଦର ଅଭିମୁଖେ ଯାଉଥିଲା । ସେହି ସମୟରେ ଗଡାପଦର ଘାଟିରେ ଭାରସାମ୍ୟ ହରାଇ ଅଟୋ ଟି ପ୍ରାୟ ୫୦ଫୁଟ ତଳକୁ ଖସିପଡ଼ିଥିଲା । ଏହି ଦୁର୍ଘଟଣା ରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି।

ଆହତ ମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି । ଆହତଙ୍କ ମଧ୍ୟରେ ତିନି ଜଣ ଶିଶୁ ରହିଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ ଆର. ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଁବା ସହିତ ଅଧିକ ତଦନ୍ତ ଜାରିରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.