ଅନ୍ଧାର ରାତିରେ ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର ପାଇଁ ଉଦ୍ୟମ ଜାରି

ବ୍ରହ୍ମଗିରି : ଆଜି ସନ୍ଧ୍ୟା ସାଢେ଼ ୬ଟା ସମୟରେ ସାତପଡ଼ା ଚିଲିକାରେ ଏକ ଅଘଟଣ ଦେଖିବାକୁ ମିଳିଛି । ଏକ ଯାତ୍ରୀବାହୀ ଡଙ୍ଗା ମଝି ଚିଲିକାରେ ଦୀର୍ଘ ଏକ ଘଣ୍ଟା ଧରି ଫସି ରହିଛି । ଯାତ୍ରୀ ବାହି ଡଙ୍ଗାରେ 40 ରୁ ଉର୍ଦ୍ଧ୍ବ ଯାତ୍ରୀ ଫସି ରହିଥିବା ସୂଚନା ।  15 ଟି ବାଇକ୍ ରହିଛି । ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଫସି ରହିଛି ଯାତ୍ରୀ ବାହି ଡଙ୍ଗା । ମଏସା ଗାଁ ନିକଟ ଚିଲିକାରେ ଫସି ରହିଛି ଯାତ୍ରୀ ବାହି ଡଙ୍ଗା । ଉଦ୍ଧାର ପାଇଁ ଯାତ୍ରୀମାନେ ଚିତ୍କାର କରୁଥିବା ଶୁଣି ନିକଟସ୍ଥ  ମହିଂଶା ଗାଁରୁ କିଛି ଲୋକେ ଡଙ୍ଗା ନେଇ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଥିବା ଲୋକେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like