ଯାନ୍ତ୍ରିକ ତ୍ରୁଟି ପାଇଁ ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ଘଣ୍ଟାଏ ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର

ବ୍ରହ୍ମଗିରି : ପୁରୀ ଜିଲ୍ଲା ସାତପଡ଼ା ମଝି ଚିଲିକାରେ ଆଜି ଅପରାହ୍ନରେ ଏକ ଯାତ୍ରୀବାହୀ ଡଙ୍ଗା ମଏଁସା ଗାଁ ନିକଟ ଚିଲିକାରେ ଫସିରହିଥିବା ଦେଖିବାକୁ ମିଳୁଛି ।  ଡଙ୍ଗାଟି ସାତପଡାରୁ ଜହ୍ନିକୁଦା ଆଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।  ଅଧାବାଟରେ  ଜାନ୍ତ୍ରୀକ ତୃଟି କାରଣରୁ ପ୍ରାୟ ୧ ଘଣ୍ଟା ଧରୀ ଚିଲିକା ମଝିରେ ଫସିରହିଥିବା ଦେଖିବାକୁ ମିଳିଛି  । ଡଙ୍ଗାରେ ୬୦ରୁ ଉର୍ଦ୍ଧ୍ଵ  ଯାତ୍ରୀ ଥିଲା ବେଳେ ୪୦ରୁ ଉର୍ଦ୍ଧ୍ଵ  ମୋଟର  ସାଇକେଲ ରହିଛି ।  ଖବର ପାଇ ମହିଁଶା ଗାଁରୁ ଏକ ଡଙ୍ଗା ଘଟଣାସ୍ଥଳରେ ପହଞ୍ଚି, ଫସି ରହିଥିବା ଡଙ୍ଗାଟିକୁ ଏକ ବାଉଁଶ ସାହାଯ୍ୟରେ ବାନ୍ଧି ଟାଣି ଟାଣି ଜହ୍ନି କୁଦା ଘାଟରେ ସମସ୍ତଙ୍କୁ ସୁରକ୍ଷିତ ପହଞ୍ଚାଇଥିବା ସୂଚନା ମିଳିଛି ।