ଭାରସାମ୍ୟ ହରାଇ ଗଛରେ ପିଟିହେଲା ଯାତ୍ରୀବାହୀ ବସ, ୫ ଆହତ

ଗଛରେ ପିଟିହେଲା ଯାତ୍ରୀବାହୀ ବସ, ୫ ଆହତ । ଗଜପତି ଜିଲ୍ଲା ମୋହନା ନିକଟସ୍ଥ ରାଇସିଂ ଛକରେ ଘଟିଛି ଦୁର୍ଘଟଣା । ବସଟି ବ୍ରାହ୍ମଣୀଗାଁରୁ ବ୍ରହ୍ମପୁର ଯାଉଁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲା ।

ମୋହନା (କେନ୍ୟୁଜ): ଗଛରେ ପିଟିହେଲା ଯାତ୍ରୀବାହୀ ବସ, ୫ ଆହତ । ଗଜପତି ଜିଲ୍ଲା ମୋହନା ନିକଟସ୍ଥ ରାଇସିଂ ଛକରେ ଘଟିଛି ଦୁର୍ଘଟଣା । ବସଟି ବ୍ରାହ୍ମଣୀଗାଁରୁ ବ୍ରହ୍ମପୁର ଯାଉଁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲା । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଏକ ବଡ଼ ଦୁର୍ଘଟଣାକୁ ବର୍ତ୍ତିଯାଇଛନ୍ତି । ବସ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।