ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ପ୍ରାୟ ୫୦ ଯାତ୍ରୀ

ବୌଦ୍ଧ(କେନ୍ୟୁଜ୍‌): ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ପ୍ରାୟ ୫୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ମାଧପୁର ନିକଟରେ ବସ ଦୁର୍ଘଟଣାଗସ୍ତ ହୋଇଛି। ସାରଳା ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ମାଧପୁର ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଏକ କେନାଲକୁ ଭାରସାମ୍ୟ ହରାଇ ଖସିପଡ଼ିଥିଲା ।

ଏହି ଦୁର୍ଘଟଣାରୁ ବସ୍‌ରେ ଯାଉଥିବା ସମସ୍ତ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ପୁରୁଣା କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ଜଣାପଡିଛି । ସାମାନ୍ୟ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଆଡେନିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.