ପୁଣି ଓଲଟିଲା ଯାତ୍ରୀବାହୀ ବସ୍: ୭ ଗୁରୁତର, ୪୦ ଆହତ
ସୋରଡା(କେନ୍ଯୁଜ୍): ପୁଣି ଓଲଟିଲା ଯାତ୍ରୀବାହୀ ବସ୍। ବସ୍ ଓଲଟି ୭ ଗୁରୁତର, ୪୦ ଆହତ। ସୋରଡା ନିକଟ କୁଲାଙ୍ଗୀଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା।
ବସ୍ଟି ୫୦ଜଣ ଚାଷୀଙ୍କୁ ନେଇ ଗୌଡଗୋଠରୁ ଭଞ୍ଜନଗର ଆସୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ମାନଙ୍କୁ ଭଞ୍ଜନଗର ଓ ସୋରଡା ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍ଟି ୫୦ଜଣ ଚାଷୀଙ୍କୁ ନେଇ ଭଞ୍ଜନଗର କୃଷି ସେବା କେନ୍ଦ୍ରକୁ KBK ଟ୍ରେନିଂ ପାଇଁ ଯାଉଥିଲା।