ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍, ୨୦ ଆହତ

ବାଲେଶ୍ବର : ଓଲଟିଲା ଯାତ୍ରୀବାହୀ ବସ୍, ୨୦ ଆହତ। ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍। ବାଲେଶ୍ବର ଉପକଣ୍ଠ କଶୀମିଳାରେ ନିକଟରେ ଘଟିଛି ଦୁର୍ଘଟଣା । ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସଟି ବାଲିଆପାଳରୁ ବାଲେଶ୍ବର ଅଭିମୁଖେ ଯାଉଥିବାବେଳେ ନୁଣିଆଯୋଡ଼ି ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।
ଫଳରେ ପୋଲ କଡ଼ରେ ଥିବା ପାଣିରେ ବସଟି ପଡିଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି।
Also read: କାଳୀଜାଇ ଯିବା ବାଟରେ ଦୁର୍ଘଟଣା: ବ୍ରିଜ ତଳକୁ ଖସିଲା ବସ୍, ଜଣେ ମୃତ