ବିଳମ୍ବିତ ରାତିରେ ଓଲଟିଲା ଯାତ୍ରୀବାହୀ ବସ, ୧୫ରୁ ଅଧିକ ଆହତ

ଭଦ୍ରକ (କେନ୍ୟୁଜ): ଓଲଟିଲା ଯାତ୍ରୀବାହୀ ବସ। ଭଦ୍ରକରୁ ମଞ୍ଜୁରୀରୋଡ ଆସୁଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକ କୁଲଣା ଠାରେ ଓଲଟିଲା ଯାତ୍ରୀବାହୀ ବସ(ଅମ୍ରିତି) । ୧୫ରୁ ଅଧିକ ଜଣ ଆହତ । ସମସ୍ତ ଗୁରୁତର ମେଡିକାଲରେ ଭର୍ତ୍ତି ।

ସୂଚନା ଅନୁଯାୟୀ ଭଦ୍ରକ କୁଲଣା ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଅମ୍ରିତ ନାମକ ଯାତ୍ରୀବାହି ବସ ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ମଞ୍ଜୁରୀରୋଡ଼ ଅଭିମୁଖେ ଯାଉଥିଲା । ହେଲେ କୁଲଣା ଛକ ନିକଟ ରେ ବସର ପତି ଭାଙ୍ଗିବା ସହ ଷ୍ଟିୟରିଂ ଫେଲ ହୋଇଥିଲା । ପରେ ଚକ ବାହାରି ଯାଇଥିବାରୁ ବସଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିଲା ।

Leave A Reply

Your email address will not be published.