ଓଲଟିଲା ଯାତ୍ରୀବାହୀ ବସ୍ , ୧୦ ଆହତ

ବାଲୁଗାଁ : ଓଲଟିଲା ଯାତ୍ରୀବାହୀ ବସ୍ , ୧୦ ଆହତ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍ ଓଲଟିବାରୁ ୧୦ରୁ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏନଏଚ-୧୬ ବ୍ରାହ୍ମଣ କୋଷଡ଼ି ଛକ ନିକଟରେ ଘଟିଛି ଦୁର୍ଘଟଣା। ଯାତ୍ରୀ ନେଇ କଟକରୁ ବ୍ରହ୍ମପୁର ଯାଉଥିବା ବେଳେ ଓଲଟି ପଡ଼ିଛି ବସ୍। ଘଟଣାସ୍ଥଳରୁ ଡ୍ରାଇଭର ଫେରାର।