ଓଲଟିଲା ଯାତ୍ରୀବାହୀ ବସ୍, ୧୭ରୁ ଅଧିକ ଯାତ୍ରୀ ଆହତ

ରାଇରଙ୍ଗପୁର : ରାଇରଙ୍ଗପୁର : ଓଲଟିଲା ଯାତ୍ରୀବାହୀ ବସ୍ । ଝରାଡିହିରୁ କରଞ୍ଜିଆ ଯାଉଥିବା ଅପ୍ପୁ ନାମକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସ୍ଥାନାନ୍ତରିତ କରାଯାଇଛି । ଏହି ଦୁର୍ଘଟଣା ବହଳଦା ଥାନା ତିଖିଆ ଗ୍ରାମ ନିକଟସ୍ଥ ଚାଞ୍ଚଳା ନିକଟରେ ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆହୁରି ପଢ଼ନ୍ତୁ : ସମସ୍ତ ଜିନିଷ ନିଆଁରେ ପୋଡ଼ି ପାଉଁଶ, ୬ଟି ପରିବାର ଏବେ ଖୋଲା ଆକାଶ ତଳେ