ଓଲଟିଲା ଯାତ୍ରୀବାହୀ ବସ୍ : ୭ ଆହତ, ଜଣେ ଗୁରୁତର

ଭଞ୍ଜନଗର : ଓଲଟିଲା ଯାତ୍ରୀବାହୀ ବସ୍ । ୭ରୁ ଅଧିକ ଯାତ୍ରୀ ଆହତ, ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା କଳିଙ୍ଗା ଘାଟିରେ ଏପରି ଦୁର୍ଘଟଣା ଘଟିଛି । ଖମ୍ବେଶ୍ବରୀ ନାମକ ଘରୋଇ ବସଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ବସରେ ମୋଟ ୧୭ ଜଣ ଯାତ୍ରୀ ଥିଲେ । ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସେଥିରୁ କିଛିଜଣକ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦୟଗିରି ଓ ଭଞ୍ଜନଗର ଥାନା ପୋଲିସ ।
ସୂଚନା ଅନୁସାରେ ଖମ୍ବେଶ୍ବରୀ ନାମକ ବସ୍ ରାୟପୁରରୁ ବ୍ରହ୍ମପୁର ଆସୁଥିଲା । ଶୁକ୍ରବାର ସକାଳୁ ବସ୍ ଡ୍ରାଇଭର କଳିଙ୍ଗା ଘାଟିରେ ଏକ ଗୋଲେଇରେ ଭାରସାମ୍ୟ ହରାଇ ହଠାତ୍ ଓଲଟି ପଡିଥିଲା । ହଠାତ୍ ଓଲଟି ପଡିବା କାରଣରୁ ବସରେ ବସିଥିବା ଯାତ୍ରୀ ମାନେ ଆହତ ହୋଇଥିଲେ । ଏହାପରେ ଖବର ପାଇ ଦୁର୍ଗାପ୍ରସାଦ ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଥିଲେ। ଖବର ପାଇ ଭଞ୍ଜନଗର ଏବଂ ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ : କାର ଅଟୋ ମୁହାଁ ମୁହିଁ ଧକ୍କା, ଜଣେ ମୃତ