ଗଜପତି: ଖେମୁଣ୍ଡି ଖୋଲ ବ୍ରିଜ୍ ନିକଟରେ ଡିଭାଇଡରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ , ଅଳ୍ପକେ ବର୍ତ୍ତିଲା ୪୦ଯାତ୍ରୀଙ୍କ ଜୀବନ

ଗଜପତି: ଏକ ବଡଧରଣର ଦୁର୍ଘଟଣାରୁ ବର୍ତ୍ତିଲା ଯାତ୍ରୀବାହୀ ବସ୍ । ଗଜପତି ଜିଲ୍ଲା ଚୁଡୁଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ଏକ ବସ୍ ଟନିକ୍ କାଟିନପାରି ଖେମୁଣ୍ଡି ଖୋଲ ବ୍ରିଜ୍ ନିକଟରେ ଥିବା ଡିଭାଇଡର୍ କୁ ଧକ୍କା ଦେଇଥିଲା ।

ଯାହା ଫଳରେ ବସ୍ ରାସ୍ତା ଉପରେ ଝୁଲି ରହିଯାଇଥିଲା । ବସ୍ ରେ ପାଖାପାଖି ୪୦ ଜଣ ଯାତ୍ରୀ ରହିଥିଲେ । ବସ୍ ରାସ୍ତା ଉପରେ ରହିଯାଇଥିବା ଯୋଗୁଁ କିଛି ସମୟ ପାଇଁ ଯାତାୟାତରେ ବାଧା ଉପୁଜିଛି । ବସ୍ କୁ ରାସ୍ତାରୁ ହଟାଇବା ପରେ ବସ୍ ଚଳାଚଳ ସ୍ବାଭାବିକ ହୋଇଥିଲା । ବେପାରୁଆ ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଯାତ୍ରୀ ମାନେ କହିଛନ୍ତି।

Leave A Reply

Your email address will not be published.