ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ମିନିବସ୍: ୮ ରୁ ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ

ଭଞ୍ଜନଗର (କେନ୍ୟୁଜ): ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ମିନିବସ୍ । ଏକ ବଡଧରଣର ଦୁର୍ଘଟଣାରୁ ବର୍ତ୍ତିବା ସହ ସୁରକ୍ଷିତ ଭାବେ ଉଦ୍ଧାର ‌ହୋଇଛନ୍ତି ବସରେ ବସିଥିବା ସମସ୍ତ ଯାତ୍ରୀ । କେବଳ ୮ ରୁ ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ।

ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗିଡି ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ବସ୍ ଟି ବୁଗୁଡ଼ା ରୁ ଭଂଜନଗର ଅଭିମୁଖେ ଯାଉଥିଲା । ଯିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଘଟଣା ସ୍ଥଳରେ ବୁଗୁଡ଼ା ଥାନା ପୋଲିସ , ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ପହଞ୍ଚି ଯାତ୍ରୀ ମାନଙ୍କୁ ଉଧାର କରିଥିଲେ । ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ବୁଗୁଡ଼ା ମେଡିକାଲ ରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.