ଲକ୍‌ଡାଉନ ସମୟରେ ବାତିଲ୍ ହୋଇଥିଲା ସମସ୍ତ ଟ୍ରେନ୍‌: ଆଜିଠାରୁ ରିଜର୍ଭେସନ୍‌ କାଉଣ୍ଟରରୁ ଯାଇ ଟଙ୍କା ଫେରସ୍ତ ପାଇପାରିବେ ଯାତ୍ରୀ

ଭୁବନେଶ୍ବର: ଲକ୍‌ଡାଉନ ସମୟରେ ସମସ୍ତ ଟ୍ରେନ୍‌ ବାତିଲ ହୋଇଯାଇଥିଲା। ଯାହାଫଳରେ ଯାତ୍ରୀମାନଙ୍କ ଯାତ୍ରା ସ୍ଥଗିତ ରହିଥିଲା। ଏବେ ସେମାନେ ରିଜର୍ଭେସନ କାଉଣ୍ଟରରୁ ସେମାନଙ୍କ ଟଙ୍କା ନେଇପାରିବେ । ଏନେଇ ଷ୍ଟେସନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି।

ତେବେ ଟଙ୍କା ଫେରସ୍ତ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି। ଆଜିଠାରୁ ଯାତ୍ରୀମାନେ ସେମାନଙ୍କ ଟଙ୍କା ଫେରସ୍ତ ପାଇପାରିବେ। ରିଜର୍ଭେସନ୍‌ କାଉଣ୍ଟରରୁ ଯାଇ ଯେଉଁମାନେ ଟିକେଟ୍‌ କରିଥିଲେ ସେମାନେ ନିଜ ନିଜ ଟଙ୍କା ଫେରିପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.