ବାମରା ଷ୍ଟେସନରେ ରେଳରୋକ ଯୋଗୁ ଯାତ୍ରୀ ହଇରାଣ: ରାଉରକେଲା- ସମ୍ବଲପୁର ରୁଟ୍ରେ ରେଳ ଚଳାଚଳ ବ୍ୟାହତ
ବିଭିନ୍ନ ଷ୍ଟେସନରେ ରେଳ ଅଟକି ରହିଥିବାରୁ ଯାତ୍ରୀ ମଧ୍ୟ ଫସି ରହିଛନ୍ତି। ରାଉରକେଲା ଷ୍ଟେସନରୁ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଯାତ୍ରୀ ମାନେ ଷ୍ଟେସନରେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି।
ରାଉରକେଲା(କେନ୍ୟୁଜ୍): ବାମରା ଷ୍ଟେସନ ଠାରେ ରେଳରୋକ ଯୋଗୁଁ ଯାତ୍ରୀ ହଇରାଣ। ରାଉରକେଲା- ସମ୍ବଲପୁର ରୁଟରେ ରେଳ ଚଳାଚଳ ବ୍ୟାହତ ହୋଇଥିବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଷ୍ଟେସନରେ ରେଳ ଅଟକି ରହିଥିବାରୁ ଯାତ୍ରୀ ମଧ୍ୟ ଫସି ରହିଛନ୍ତି। ରାଉରକେଲା ଷ୍ଟେସନରୁ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଯାତ୍ରୀ ମାନେ ଷ୍ଟେସନରେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି। ବାମରା ରେଳ ଷ୍ଟେସନରେ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଥିବାରୁ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ରାଉରକେଲା ରେଳ ଷ୍ଟେସନ ଦେଇ ଯିବାକୁ ଥିବା ଟ୍ରେନ ସମ୍ବଲପୁର-ବନାରସ ଏକ୍ସପ୍ରେସ, ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ପୁରୀ-ରାଉରକେଲା ଏକ୍ସପ୍ରେସ, ଟାଟା-ଇତ୍ବାରୀ ଏକ୍ସପ୍ରେସ, ହାଉଡା-ଟିଟିଲାଗଡ଼ ଏକ୍ସପ୍ରେସ, କଣ୍ଟାବାଞ୍ଜି-ଟିଟିଲାଗଡ଼-ହାଓଡା ଇସ୍ପାତ ଏକ୍ସପ୍ରେସକୁ ଆଜି କ୍ୟାନସେଲ ହୋଇଛି। ଏହା ସହ କିଛି ବହୁ ଟ୍ରେନର ରୁଟ ବଦଳ କରାଯାଇଛି।