ମୋ ବସରେ ଲାଗିଲା ନିଆଁ, ଝରକା ଡେ଼ଇଁ ବାହାରକୁ ଆସିଲେ ଯାତ୍ରୀ

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ବ୍ୟାରେଜ ନିଟରେ ଆଜି ଏକ ମୋ ବସରେ ଲାଗିଲା ନିଆଁ । ଧୂଆଁ ଧୂଆଁ ହୋଇଯାଇଥିଲା ବସ । ଗାଡିରେ ଥିବା 60 ରୁ ଅଧିକ ଯାତ୍ରୀ ଧାଁ -ଦୌଡ କରି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ । ହେଲେ ଗାଡି ଡୋର ଖୋଲି ନଥିଲା । ବସ ଭିତରେ ଯାତ୍ରୀମାନେ ଚିତ୍କାର କରୁଥିବା ବେଳେ କିଛି ଯାତ୍ରୀ ଝରକା ଦେଇ ବାହାରକୁ ପଲାଇ ଆସିଥିଲେ ।
କିଛି ବୟସ୍କ ଯାତ୍ରୀ ଅଣନିଶ୍ୱାସୀ ହୋଇଯିବାରୁ ଖୋଲୁନଥିବା ଡୋରକୁ ଜୋରେ ଧକ୍କା ଦେଇ ବାହାରକୁ ପଳାଇ ଆସିଥିଲେ । ଯାତ୍ରୀ ବହାରକୁ ଆସି ଭଗବାନ ବଞ୍ଚାଇଦେଲେ ବୋଲି କହୁଥିବାର ଦେଖାଯାଇଥିଲା । ଅନ୍ୟ ପକ୍ଷରେ ଡିପୁରେ ରହିଲାପରେ ଗାଡି ମରାମତି କରାଯାଉ ନଥିବାରୁ ଏଭଳି ଦୃଘଟଣା ଘଟିଲା ବୋଲି କଣ୍ଡକ୍ଟର କହୁଥିବା ଦେଖାଇ ଯାଇଥିଲା । ସାରା ଓଡ଼ିଶାରେ ବହୁ ସ୍ଥାନରେ ମୋ ବସ ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଗାଡି କିଣାର ତଦନ୍ତ ହେବା ଦରକାର । ପରେ ଲୋକମାନଙ୍କୁ ଅନ୍ୟ ଏକ ମୋ ବସ ଆସି ନେଇଥିଲେ । କିଛି ଯାତ୍ରୀ ଡରିଯାଇ ଟେମ୍ପୋ ଓ ଟ୍ୟାକ୍ସି ଭଡାକରି ଯାଇଥିବା ଦେଖା ଯାଇଥିଲା ।