ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଲେ ପାୟଲ, ସୂଚନା ଦେଲେ ବଲାଙ୍ଗିର ଜିଲ୍ଲା ପ୍ରଶାସନ

ବଲାଙ୍ଗିର : ଦୃଢ଼ ଇଛାଶକ୍ତି ଆଗରେ ସବୁ କିଛି ସମ୍ଭବ ।  ଏହାକୁ ପ୍ରମାଣ କରି ଦେଖାଇଛନ୍ତି ପାୟଲ ନାଗ । ଜାତୀୟ ପାରା ତୀରନ୍ଦାଜୀ ଚାମ୍ପିୟନଶିପରେ ଦୁଇଟି ମେଡାଲ ଆଣିଛନ୍ତି ପାୟଲ ।  ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ରାଜସ୍ଥାନର ଜୟପୁରରେ ଜାତୀୟ ପାରା ତୀରନ୍ଦାଜି ଚାମ୍ପିୟନଶିପ ହୋଇଥିଲା ।

ସେଥିରେ ଭାଗ ନେଇଥିଲେ ପାୟଲ । ସଫଳ ହେଇ ନିଜ ଦେଶ ଓ ରାଜ୍ୟପାଇଁ ଗର୍ବ ଆଣିଦେଇଛନ୍ତି।  କିଛିବର୍ଷ ପୁର୍ବରୁ ପାୟଲ ବାପା ମାଁ ଙ୍କ ସହିତ ବାହାର ରାଜ୍ୟକୁ କାମ କରିବାକୁ ଯାଇ ହାତ ଗୋଡ଼ ହରାଇ ଥିଲେ  ତଥାପି ସେ ଭାଙ୍ଗିପଡିନଥିଲେ ।  ନିଜର ଲକ୍ଷ୍ୟକୁ ପୂରଣ କରିବା ପାଇଁ ସେ ଚେଷ୍ଟା ଜାରି ରଖିଥିଲେ।  ଯାହାଫଳରେ ସେ ଆଜି ସଫଳ ହୋଇପାରିଛନ୍ତି । ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

You might also like