ପାଟକୁରା ନିର୍ବାଚନ: ପଦ୍ମପୁରର ୭ ନମ୍ବର ବୁଥ୍ରେ ମତଦାନ ବନ୍ଦ, ୨ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି

ପାଟକୁରା(କେନ୍ୟୁଜ୍): ପାଟକୁରା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ପଦ୍ମପୁର ୭ ନମ୍ବର ବୁଥ୍ରେ ୨ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଫଳରେ ୭ ନମ୍ବର ବୁଥ୍ରେ ମତଦାନ ବନ୍ଦ ରହିଛି । ସେହିପରି ତେହେଡ଼ା ବୁଥ୍ରେ EVM ଅଚଳ ଯୋଗୁ ମତଦାନ ବନ୍ଦ ହୋଇଛି । ୨୭୮ ନମ୍ବର ବୁଥ୍ରେ EVM ରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ହେଲେ ଏଠାରେ ପରବର୍ତ୍ତୀ ସମୟରେ ମତଦାନ ଆରମ୍ଭ ହୋଇଛି । ତେବେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟାର ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ସକାଳ ୯ଟା ସୁଦ୍ଧା ୧୨ ପ୍ରତିଶତ ମତଦାନ ହୋଇଛି । ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୪୪ ହଜାର ୭୪୭ ଭୋଟର।