ପୁଣି କୋଟିଆରେ ପଶି ଦବଙ୍ଗଗିରି ଦେଖାଉଥିଲେ ଆନ୍ଧ୍ର ଅଧିକାରୀ, ପଟାଙ୍ଗି ବିଧାୟକ ଦେଲେ ଉଚ୍ଚିତ ଜବାବ୍

କୋରାପୁଟ(କେନ୍ୟୁଜ୍):କୋଟିଆ ସୀମା ମଧ୍ୟରେ ପଶି ଫଗୁଣସେନେରି ଠାରେ ଓଡିଶା ବିରୋଧରେ ମିଟିଂ କରୁଥୁବା ଅଧିକାରୀଙ୍କ ସହ ପଟାଙ୍ଗି ବିଧାୟକଙ୍କ ମୁହାଁମୁହିଁ।ବିଧାୟକଙ୍କ ତାଗିଦ ପରେ ପାର୍ବତୀପୁର ପିଏ ଆଇଟିଡିଏ  ଫେରିଗଲେ ଆନ୍ଧ୍ର। ଆନ୍ଧ୍ର ଦ୍ବାରା ଅନୁଷ୍ଠିତ  ପଞ୍ଚାୟତ ନିର୍ବାଚନରେ ଜିତିଥିବା  ପ୍ରାର୍ଥୀଙ୍କ ସହ ପାର୍ବତୀପୁର ପିଏଆଇଟିଡିଏ କୁର୍ମାନାଥ ଫଗୁଣସେନେରୀ ଠାରେ ନିକଟବର୍ତ୍ତୀ ୬ଖଣ୍ଡ ଗ୍ରାମବାସୀଙ୍କୁ  ନେଇ ବୈଠକ କରୁଥିଲେ ।

patangi2

ଓଡ଼ିଶା ପକ୍ଷରୁ ହେବାକୁ ଥିବା ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁସୀମାନ୍ତ ଲୋକଙ୍କୁ ମତାଉଥିଲେ । ଖବର ପାଇ ପଟାଙ୍ଗି ବିଧାୟକ ପ୍ରିତମ ପାଢୀ ଫଗୁଣସେନେରୀରେ ପହଞ୍ଚି କଡା ବିରୋଧ କରିଥିଲେ। ବିଧାୟକଙ୍କ ବିରୋଧ ପରେ ସଭା ଭଙ୍ଗ କରି ଆନ୍ଧ୍ର ଅଧିକାରୀ ଫେରିଯାଇଥିଲେ।

ମଙ୍ଗଳବାର ଆନ୍ଧ୍ରପ୍ରଦେଶର ସାଲୁର ବ୍ଲକରେ କୋଟିଆ ଅଞ୍ଚଳର ଫାଟୁନିନେରୀ ପଞ୍ଚାୟତ ସମିତିସଭ୍ୟ(ଏମ୍ପିଟିସି) ବିଶୁ ପାଙ୍ଗିଙ୍କ ସମେତ ଦୁଇ ସମିତିସଭ୍ୟ ଦାୟିତ୍ବ ଗ୍ରହଣ କରିଥିବା ବାହାନାରେ ଭୋଜି ଭାତର ଆସର ଜମାଇଥିଲେ। ଏଥିରେ ଆନ୍ଧ୍ର ଫଗୁଣସିନେରୀ ଗ୍ରାମଠାରେ କୋଟିଆର ଉତ୍ତରଦିଗରେ ରହିଥିବା ବିବାଦୀୟ ୬ଗ୍ରାମ ଯଥା ହରମାଁଡଙ୍ଗୀ,ସଲପଗୁଡା,କୋଣାଦୋରା, ଫଗୁଣସିନେରୀ, ଫାଟୁସିନେରୀ, ମାଡକାର, ଆନ୍ଧ୍ର ପ୍ରଦେଶର  ସୋରା ଏବଂ କୋଡମା ପଞ୍ଚାୟତ ବାସୀ ସାମିଲ ଥିଲେ।

patangi

ଉକ୍ତ ଦାୟିତ୍ୱ ଗ୍ରହଣ ଉତ୍ସବ ପାଳିବା ବାହାନାରେ ଲୋକଙ୍କୁ ଓଡ଼ିଶାର ତ୍ରିସ୍ତରୀୟ ନିର୍ବାଚନରେ ଯୋଗ ନଦେଇ ଭଣ୍ଡୁର କରିବା ନିମନ୍ତେ ପ୍ରବର୍ତ୍ତାଇଥିବା ନେଇ ଜଣାପଡିଛି। ଏହି ବିଷୟରେ ସୂଚନା ପାଇ ପଟାଙ୍ଗି ବିଧାୟକ ପ୍ରିତମ ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ଘଟଣା ବିଷୟରେ ଲୋକଙ୍କୁ ପଚାରି ବୁଝିଥିଲେ। ଏହି ସମୟରେ  ସେଠାରେ ପହଞ୍ଚିଥିବା ଆନ୍ଧ୍ର ପାର୍ବତିପୁରମ ଆଇଟିଡିଏ ପିଏ କୂର୍ମନାଥଙ୍କ ସହ ବଚସା ହୋଇଥିଲା। ପଟାଙ୍ଗି ବିଧାୟକଙ୍କ କଡା ବିରୋଧ ପରେ ଆନ୍ଧ୍ର ଅଧିକାରୀ ଘଟଣା ସ୍ଥଳରୁ  ଆନ୍ଧ୍ରକୁ ଫେରିଯାଇଛନ୍ତି । ଆଗାମୀ ଦିନରେ କୋଟିଆ ମଧ୍ୟରେ ପ୍ରବେଶ ନକରିବାକୁ ବିଧାୟକ କଡା ତାଗିଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.