ପଥ ଉତ୍ସବରେ ଝୁମିଲା ସ୍ମାର୍ଟସିଟି, ନାଚିଲେ-ଗାଇଲେ ରାଜଧାନୀବାସୀ

ଭୁବନେଶ୍ୱର : ରାଜଧାନୀରେ ଶୀତୁଆ ସକାଳରେ ପଥୋତ୍ସବର ମଜା । ଜାଗମରାରେ ଜମୁଛି ନୃତ୍ୟ ଗୀତର ଆସର । ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋରେ ମସଗୁଲ ରାଜଧାନୀର ପିଲାଠୁ ବୟସ୍କ ।

ସେହିପରି ଓଲିଉଡ ସିଙ୍ଗର ଅସୀମା ପଣ୍ଡା ଏବଂ ସତ୍ୟଜିତ ଆଜି ଷ୍ଟାର ସିଙ୍ଗର ଭାବରେ ଏହି ପଥ ଉତ୍ସବରେ ପହଞ୍ଚିଛନ୍ତି ।  ଉଭୟଙ୍କ ଗୀତରେ ଝୁମି ଉଠିଛି ଜାଗମରାର ପଥ ଉତ୍ସବ । ନିଜେ ନାଚିବା ସହ ଅନ୍ୟକୁ ନଚେଇଛନ୍ତି ଲୋକେ । ଏହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଭୁବନେଶ୍ୱରବାସୀ । ବନ୍ଧୁ ପ୍ରିୟ ପରପରିଜନ ଓ ପରିବାର ସହ ଆସି ପଥୋତ୍ସବର ମଜା ନେଉଛନ୍ତି । ଗତ ରବିବାର ମାଷ୍ଟରକ୍ୟାଣ୍ଟିନ-ରାମ ମନ୍ଦିର ରାସ୍ତାରେ ପଥ ଉତ୍ସବ ଆୟୋଜିତ ହୋଇଥିଲା । ଏହିଦିନ ମଧ୍ୟ ରଜଧାନୀର ବିଭିନ୍ନ କୋଣରୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।