ରାଜ୍ୟ

ଦୂର୍ନୀତି ବିରୋଧରେ ଜିରୋ ଟଲରେନ୍ସ ନୀତି, IAS ଅଭୟ ପାଠକଙ୍କୁ ଦିଆଗଲା ବାଧ୍ୟତା ମୂଳକ ଅବସର

କେନ୍ୟୁଜ୍(ବ୍ୟୁରୋ): ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣାଇଲେ ଦୂର୍ନୀତି ବିରୋଧରେ ଜିରୋ ଟଲରେନ୍ସ ନୀତି । ଆଏଏସ ଅଭୟ ପାଠକଙ୍କୁ ଦିଆଗଲା ବାଧ୍ୟତା ମୂଳକ ଅବସର। ରାଜ୍ୟ ସରକାରଙ୍କ ସୁପାରିଶ ପରେ ରାଷ୍ଟ୍ରପତି ଦେଲେ ବାଧ୍ୟତା ମୂଳକ ଅବସର। ୧୯୮୭ ବ୍ୟାଚର ଆଇଏଏସ ହେଉଛନ୍ତି ଅଭୟ ପାଠକ।

କିଛି ଦିନ ପୂର୍ବରୁ ପାଠକଙ୍କ ନିକଟରୁ କୋଟି କୋଟି ଟଙ୍କା ସଂପତ୍ତି ଠୁଳ କରାଯାଇଥିଲା। ଅଭୟକାନ୍ତ ଅସଦ ବାଟରେ ଧନ ଉପାର୍ଜନ କରି ବିଳାସପୂର୍ଣ୍ଣ କାର ମର୍ସିଡେଜ, ବିଏମଡବ୍ଲୁ ଆଦି କିଣିଛନ୍ତି । ଏଥିସହ ଲକଡାଉନ ସମୟରେ ପାଠକ ବାପପୁଅ ଚାର୍ଟାଡ ପ୍ଲେନରେ ଦେଶର ବିଭିନ୍ନ ସ୍ଥାନକୁ ଯିବା ସହ ବିଳାସପୂର୍ଣ୍ଣ ହୋଟେଲରେ ରହିଥିବା ଜଣାପଡ଼ିଥିଲା

ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିବା ସହ ଅତ୍ୟଧିକ ଦୁର୍ନୀତିଗ୍ରସ୍ତ ଯୋଗୁଁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ କରିଥିଲେ । ଜଣେ ଦୁର୍ନୀତିଗ୍ରସ୍ତ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ସୁପାରିସ କରିବାରେ ଏହା ପ୍ରଥମ ଘଟଣା । ଆଜି ରାଜ୍ୟ ସରକାରଙ୍କ ସୁପାରିଶକୁ ଗ୍ରହଣ କରି ଓ ବିଚାର କରି ରାଷ୍ଟ୍ରପତି ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

59 mins ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

5 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

5 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

5 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

5 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

6 hours ago