ପାଠକ ବାପ-ପୁଅଙ୍କୁ ମାରାଥନ ଜେରା କରୁଛି ଭିଜିଲାନ୍ସ ସ୍ପେଶାଲ ଟିମ, ଗୋଟେ ପରେ ଗୋଟେ ହୋଇ ଖୋଲୁଛି କୁବେର ପେଡ଼ି

କଟକ(କେ ନ୍ୟୁଜ): ରିମାଣ୍ଡରେ ଯାଇଥିବା ପାଠକ ବାପା-ପୁଅଙ୍କୁ ଘନ ଘନ ଜେରା କରୁଛି ଭିଜିଲାନ୍ସ ଏସ୍‌ଆଇଟି । କଟକ ମୁଖ୍ୟ କାର୍ଯ୍ୟାଳୟରେ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ମାରାଥନ ଜେରା କରାଯାଉଛି । ୧୦ ଜଣିଆ ଭିଜିଲାନ୍ସ ଅଧିକାରୀଙ୍କୁ ନେଇ ଦୁଇଟି ଟିମ୍‌ ଗଠନ କରାଯାଇଛି । ଗତକାଲି ରାତିରୁ ଦୁଇ ଜଣଙ୍କୁ ମାରାଥନ ପଚରାଉଚରା କରାଯାଉଥିବା ନେଇ ସୂଚନା ମିଳିଛି । ବାପା-ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି SIT । ଅଧିକ ତଦନ୍ତ ପାଇଁ ୫ ଦିନ ରିମାଣ୍ଡ ଆବେଦନ କରିଥିଲା SIT । ଖୋଳତାଡରୁ ଜଣାପଡିଛି ଯେ ଅଭୟଙ୍କର ବ୍ରହ୍ମପୁରର ସହରର ତିନୋଟି ବ୍ୟାଙ୍କରେ ଅଛି ୭ ଟି ଆକାଉଣ୍ଟ ।

ଅନ୍ୟପକ୍ଷରେ ଯାଞ୍ଚରୁ ଜଣାଯାଇଛିଯେ ଦଳରୁ ବହିସ୍କୃତ ହୋଇଥିବା ଏମଏଲଏ ପ୍ରଦୀପଙ୍କ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଜମା ହୋଇଛି । ଯେବେକି ତାଙ୍କ ଆୟକର ରିଟର୍ଣ୍ଣ ପେପରରେ ତାଙ୍କ ଆୟ ୧୦ ଲକ୍ଷ ଟଙ୍କା ବୋଲି ଉଲ୍ଲେଖ ରହିଛି ।

 

 

You might also like