ଆରମ୍ଭ ହେଲା ପଥ ଉତ୍ସବ: ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ଯାଏଁ ନାଚ ଗୀତର ଆସର

ଭୁବନେଶ୍ଵର : ଆରମ୍ଭ ହେଲା ୧୮ ତମ ପଥ ଉତ୍ସବ । ସଂସ୍କୃତି, ଫିଟ୍ ନେସ୍ ଓ ସାମୂହିକ ସଂପୃକ୍ତିର ଉଜ୍ଜ୍ୱଳ ସକାଳର ପ୍ରତିଶ୍ରୁତି ଦେଇ ଆଜି ଆଜି ବହୁ ପ୍ରତୀକ୍ଷିତ ପାଥ ଉତ୍ସବର ଆୟୋଜନ କରିଛି ଭୁବନେଶ୍ୱର। ମାଷ୍ଟର କ୍ୟାଣ୍ଟିନ ଠାରୁ ରାମ ମନ୍ଦିର ପର୍ୟ୍ୟନ୍ତ ଜନପଥରେ ଜମିଛି ନୃତ୍ୟ ଗୀତର ଆସର । ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋରେ ମସଗୁଲ ରାଜଧାନୀର ପିଲାଠୁ ବୟସ୍କ ।

ଏହି ଅନନ୍ୟ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସହରର ରାସ୍ତାଗୁଡ଼ିକୁ କାର୍ଯ୍ୟକଳାପ ଏବଂ ସୃଜନଶୀଳତାରେ ପରିପୂର୍ଣ୍ଣ ପଥଚାରୀ ଅନୁକୂଳ ଅଞ୍ଚଳରେ ପରିଣତ କରି ଏକ ସୁସ୍ଥ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା । ଫିଟ୍ ନେସ୍ ଅଧିବେଶନ, ସାଂସ୍କୃତିକ ପରିବେଷଣ, କଳା ପ୍ରଦର୍ଶନ ଓ ଖାଦ୍ୟ ଷ୍ଟଲ ସମେତ ବିଭିନ୍ନ ଆକର୍ଷଣରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ହଜାର ହଜାର ପ୍ରତିଯୋଗୀ ଙ୍କୁ ପଥ ଉତ୍ସବରେ ସାମିଲ ହୋଇଛନ୍ତି ।

ଆସନ୍ତା ୮ତାରିଖରୁ ଭୁବନେଶ୍ବରରେ ୧୮ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ସିଟି ଆକ୍ଟିଭେସନ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ଜନପଥରେ ଆଜିଠାରୁ ପଥୋତ୍ସବ କାର୍ୟ୍ୟକ୍ରମ ଅନୁଷ୍ଠିତ ଆରମ୍ଭ ହୋଇଥିବା ବେଳେ ସଂଧ୍ୟାରେ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳାର ଉଦଘାଟନ କରାଯିବ । ବିଭିନ୍ନ ପାର୍କ ମାନଙ୍କରେ ମଧ୍ୟ ଭଳିକି ଭଳି କାର୍ୟ୍ୟକ୍ରମର ଆୟୋଜନ କରାଯାଉଛି ।