ହାତୀ ମୃତ୍ୟୁ ଘଟଣା, ନନ୍ଦନକାନନରେ ଖୋଲିବ ‘ପାଥୋ ୟୁନିଟ୍’
ଭୁବନେଶ୍ବର(କେନ୍ୟୁଜ୍): ନନ୍ଦନକାନନରେ ଖୋଲିବ ‘ପାଥୋ ୟୁନିଟ୍’ । ୟୁନିଟ୍ରେ ରହିବେ ଜଣେ ଡାକ୍ତର,୨ ଟେକ୍ନିସିଆନ୍ । ପ୍ରାଣୀ ଉଦ୍ୟାନର ପଶୁପକ୍ଷୀଙ୍କ ରୋଗର ପ୍ରାଥମିକ ପରୀକ୍ଷା ଏହି ୟୁନିଟରେ ହେବ । ପରେ OUATରେ ପରୀକ୍ଷା କରାଯିବ । ନନ୍ଦନକାନନରେ ହାତୀ ମୃତ୍ୟୁ ଘଟଣା ନେଇ ବୈଠକରେ ଆଲୋଚନା କରାଯାଇଛି । ପ୍ରାଣୀ ଉଦ୍ୟାନ ପରିସରରେ ଥିବା କାଞ୍ଜିଆ ହ୍ରଦ ଓ ଡମ୍ପିଂୟାର୍ଡରୁ ହର୍ପିସ ଭାଇରସ ସଂକ୍ରମଣ ହେଉନାହିଁ ବୋଲି ବୈଠକ ପରେ କୁହାଯାଇଛି । ମାସକ ଭିତରେ ୪ ହାତୀଙ୍କ ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜିଯାଇଛି । ଜୁଲି, ଚନ୍ଦନ, କମଳା ପରେ ଗୌରୀର ମୃତ୍ୟୁ ଘଟିଛି । ନନ୍ଦନକାନନରେ ଏବେ ଅଛନ୍ତି ଆଉ ୪ ହାତୀ । ସେମାନଙ୍କୁ ଏବେ ଅଲଗା ଅଲଗା ରଖାଯାଇଛି । ହାତୀଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ୧୯ ବର୍ଷ ତଳେ ୨୦୦୦ ମସିହାରେ ନନ୍ଦନକାନନରେ ୧୨ଟି ବାଘଙ୍କ ମୃତ୍ୟୁ ଘଟିଥିଲା । ଏବେ ପ୍ରାଣୀ ଉଦ୍ୟାନରେ ଥିବା ମୋଟ ୮ଟି ହାତୀରୁ ୪ ହାତୀଙ୍କ ମୃତ୍ୟୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି ।