ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଏକ କିଲୋମିଟର ବାଟ ଖଟିଆରେ ବୁହା ହେଲେ ପ୍ରସୂତି

ବୌଦ୍ଧ : ସରୁନି ଜନନୀ ଯନ୍ତ୍ରଣା । ପୁଣି ସାମ୍ନା କୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ନାଳ ସାଜିଲା ବାଧକ । ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଏକ କିଲୋମିଟର ବାଟ ଖଟିଆ ରେ ବୁହାହେଲେ ପ୍ରସୂତି। ଏଭଳି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ବାଣୀଭୂଷଣପୁର ପଞ୍ଚାୟତ ଅନ୍ତର୍ଗତ ଡିଗିସିରା ଗାଁ ରେ ଦେଖିବାକୁ ମିଳିଛି । ଗର୍ଭବତୀ ମହିଳା ଜଣକ ହେଲେ ଡିଗିସିରା ଗାଁ ର ରବୀନ୍ଦ୍ର ଜାନୀଙ୍କ ପତ୍ନୀ ରଞ୍ଜିତା ଜାନି । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣା କଟକ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ବୌଦ୍ଧ ଜିଲ୍ଲାର ଡିଗିସିରା ଗାଁର ରବୀନ୍ଦ୍ର ଜାନୀଙ୍କ ପତ୍ନୀ ରଞ୍ଜିତା ଜାନିଙ୍କୁ ସକାଳୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହା ଦେଖି ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇ ଆମ୍ବୁଲାନ୍ସ ଆସି ଥିଲେ ସୁଦ୍ଧା ଗାଁ କୁ ଯାଇ ପାରିନଥିଲା । ଗାଁ କୁ ଆମ୍ବୁଲାନ୍ସ ଯିବା ପାଇଁ ବାଟ ଅଟକାଇ ଥିଲା ଲକ୍ଷ୍ମୀ ନାଳ । ଆଉ ଗାଁ କୁ ଯାଇ ପାରିନଥିଲା ଆମ୍ବୁଲାନ୍ସ । ଏକ କିଲୋମିଟର ଦୂର ରେ ଅଟକି ରହିଥିଲା । ପରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଗାଁ କୁ ନାଳ ଡେଇଁ ଚାଲି ଚାଲି ଯାଇଥିଲେ । ପରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀମାନେ ମିଶି ବାଧ୍ୟ ହୋଇ ପ୍ରସବାଙ୍କୁ ଖଟିଆ ରେ ବୋହି ଏକ କିଲୋମିଟର ବାଟ ଆଣିଥିଲେ । ଆଣ୍ଠୁଏ ପାଣିରେ ନାଳ ପାର କରି ଆଣିଥିଲେ । ପ୍ରସୂତିଙ୍କୁ ଗୁରୁତର ଅବସ୍ଥାରେ ଏବେ ଆମ୍ବୁଲାନ୍ସ ରେ ପୁରୁଣାକଟକ ଚିକିତ୍ସାକେନ୍ଦ୍ର ରେ ଭର୍ତ୍ତି କରାଯାଇଛି ।
ତେବେ ଏ ଗୋଟିଏ ଘଟଣା ନୁହେଁ ପ୍ରତିବର୍ଷ ଏଭଳି ଆମ ଗାଁ ରେ ଅନେକ ମହିଳାଙ୍କୁ ଆମେ ଖଟିଆ ରେ ବୋହି ନେବାକୁ ପଡୁଛି । ଏମିତି କି ଅନେକ ପ୍ରସୂତିଙ୍କ ଜୀବନ ମଧ୍ୟ ଯାଇଛି । ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଆମ ଗାଁ କୁ ରାସ୍ତା କି ବ୍ରିଜ କରୁନାହାଁନ୍ତି । ଯାହାଫଳରେ ଆମେ ବହୁ ଅସୁବିଧା ସମ୍ମୁଖୀନ ହେଉଛୁ ବୋଲି କହି ପ୍ରଶାସନ ଉପରେ ଅନେକ କଥା କହିଛନ୍ତି ଗାଁ ଲୋକେ।