ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ, ଶୌଚାଳୟ ଝରକାରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ରାୟଗଡା(କେନ୍ଯୁଜ୍): ମେଡ଼ିକାଲ ଶୌଚାଳୟ ଝରାକାରୁ ଡେଇଁ ରୋଗୀର ଆତ୍ମହତ୍ୟା । ମୃତ ରୋଗୀଙ୍କ ନାମ ରଜନୀ ମେଲକା (୨୮) । ତାଙ୍କ ଘର ରାୟଗଡା ସହର ନିକଟସ୍ଥ ତୁମ୍ବିଗୁଡା ଗ୍ରାମରେ । ଯୁବତୀ ଜଣକ ଜ୍ୱର ଏବଂ ପାଟି ଘାରେ ପୀଡିତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୭ତାରିଖ ଦିନ ଭର୍ତ୍ତି ହୋଇଥିଲେ ।

ହେଲେ ଆଜି ଭୋର ପ୍ରାୟ ୪ଟା ବେଳେ ବାଥରୁମ ଝରକା ପଟୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେବା ପରେ ରାୟଗଡା ଟାଉନ ଥାନା ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି, ଏବଂ ଫରେନସିକ ଟିମ ଦ୍ୱାରା ତଦନ୍ତ ଜାରି ରହିଥିବା ଡାକ୍ତର ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.