କେନ୍ଦୁଝର: ଟ୍ରେନ ଚକା ତଳେ ଷ୍ଟ୍ରେଚର । ରାସ୍ତା ନଥିବାରୁ ଛିଡା ହୋଇଥିବା ମାଲବାହୀ ଟ୍ରେନ ଚକା ତଳେ ଷ୍ଟ୍ରେଚରରେ ପାର ହେଲେ ରୋଗୀ । କେନ୍ଦୁଝର ଜିଲ୍ଲା ଲହଣ୍ଡା ଗାଁ ମୁଣ୍ଡାସାହିର ବିଶୁ ମୁଣ୍ଡାଙ୍କ ଦେହ ଖରାପ ଥିଲା । ରାସ୍ତା ନଥିିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିନଥିଲା । ତେଣୁ ରୋଗୀଙ୍କୁ ୨ କିଲୋମିଟର ଯାଏ ବୋହି ନେଇଥିଲେ ଗ୍ରାମବାସୀ । ସେଠାରେ ରେଳଧାରଣା ଉପରେ ଠିଆ ହୋଇଥିଲା ଏକ ମାଲବାହୀ ଟ୍ରେନ । ଫଳରେ ଗାଁକୁ ଯିବାକୁ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଥିଲା । ତେଣୁ କିଛି ଉପାୟ ନପାଇ ବିପଦସଙ୍କୁଳ ଅବସ୍ଥାରେ ଟ୍ରେନ ଚକା ତଳେ ଷ୍ଟ୍ରେଚର ମାଧ୍ୟରେ ରୋଗୀଙ୍କୁ ପାର କରିଥିଲେ ପରିବାର ଲୋକ । ପରେ ପୁଣି ଦୁଇ କିଲୋମିଟର ଚାଲି ଚାଲି ଯାଇ ଆମ୍ବୁଲାନ୍ସ ପାଖରେ ପହଂଚିଥିଲେ ।